fbpx

ଲଭ ଜିହାଦ ଓ ଧର୍ମାନ୍ତରୀକରଣ ବିରୁଦ୍ଧରେ ଆରମ୍ଭ ହେଲା ଆରଏସଏସର ଅଭିଯାନ, ଗ୍ରାମମାନଙ୍କରେ ‘ଏକ ମନ୍ଦିର, ଏକ ଶ୍ମଶାନ, ଏକ ନଳକୂଅ’ ମନ୍ତ୍ର ଉପରେ ଦିଆଯିବ ଜୋର

ଲକ୍ଷ୍ନୌ:ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଲଭ ଜିହାଦ ଓ ଧର୍ମାନ୍ତରୀକରଣ ପରି କଳଙ୍କିତ ଚଳଣୀ ବିରୁଦ୍ଧରେ ଏଠାରେ ନିଜର ରାୟ ରଖିଛନ୍ତି । ସେ କହିଛନ୍ତି ଲଭ ଜିହାଦ ଓ ଧର୍ମାନ୍ତରୀକରଣକୁ ରୋକିବା ଲାଗି ସମାଜରେ ସଚେତନତାର ଆବଶ୍ୟକତା ରହିଛି । ସେ କହିଛନ୍ତି ସଂଘର ଶାଖାଗୁଡିକ ଏହି ସମସ୍ୟାର ମୂଳୋତ୍ପାଟନ ଲାଗି କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ଆରଏସଏସ୍‌ର ଆନୁସଙ୍ଗିକ ସଂଗଠନରେ ହୋଇଥିବା ବୈଠକରେ ହିନ୍ଦୁ ଜାଗରଣ ମଞ୍ଚ ଓ ବିଶ୍ୱ ହିନ୍ଦୁ ପରିଷଦ ଲଭ ଜିହାଦ ଉପରେ ଚର୍ଚ୍ଚା କରିଥିଲେ ।

ଲକ୍ଷ୍ନୌର ନିରାଲା ନଗରରେ ହୋଇଥିବା ବୈଠକରେ ଭାଗବତ କହିଛନ୍ତି ଲଭ ଜିହାଦ ଓ ଧର୍ମାନ୍ତରୀକରଣ ସମାଜରୁ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବା ଉଚିତ । ଏହାକୁ ବନ୍ଦ କରିବାକୁ ସମସ୍ତେ ପ୍ରୟାସ କରିବା ଉଚିତ । ଗତ କିଛି ଦିନ ତଳେ ମୋହନ ଭାଗବତ ଅବଧ ପ୍ରାନ୍ତର ବିଭାଗ ଓ ଜିଲ୍ଲା ସ୍ତର ସ୍ୱୟଂସେବକମାନଙ୍କ ସହ ଆଲୋଚନା ସମୟରେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଥିଲେ । ଏହି ସମୟରେ ଲଭ ଜିହାଦ ଓ ଧର୍ମାନ୍ତରୀକରଣକୁ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଆରଏସଏସ ଏହି ଦୁଇ କଳଙ୍କିତ ପ୍ରଥା ବିରୁଦ୍ଧରେ କାର୍ଯ୍ୟ ଜାରି ରଖିବ ଓ ଏହା ଉପରେ ପୁରା ଲଗାମ ଲାଗିବ ବୋଲି ବୋଲି ସେ କହିଥିଲେ ।

ସେ କହିଥିଲେ ଗ୍ରାମମାନଙ୍କରେ ‘ଏକ ମନ୍ଦିର, ଏକ ଶ୍ମଶାନ, ଏକ ନଳକୂଅ’ ମନ୍ତ୍ର ଉପରେ ଜୋର ଦିଆଯିବ । ଏ କ୍ଷେତ୍ରରେ କୌଣସି ଭେଦଭାବ ସମାଜକୁ ଦୂର୍ବଳ କରିଦେବ ।

Get real time updates directly on you device, subscribe now.