fbpx

ପୁନଃଯାଞ୍ଚ କରାଯିବ “ଉତ୍କଳ ବିଶ୍ୱ ବିଦ୍ୟାଳୟ’ର ମାନ : ନାକର ମାନ୍ୟତାକୁ ନେଇ ସମୀକ୍ଷା କରିବ ଦଳ

ଭୁବନଶ୍ୱେର : ଉକ୍ରଳ ବିଶ୍ୱ ବିଦ୍ୟାଳୟର ନାକ ମାନ୍ୟତାକୁ ନେଇ ପୁଣି ଯାଞ୍ଚ ଆରମ୍ଭ କରାଯିବ । ତିନିଦିନିଆ ଗସ୍ତରେ ନାକ ଟିମ ବିଶ୍ୱ ବିଦ୍ୟାଳୟକୁ ଆସି ତଦନ୍ତ କରିବେ । ଗତ ଏପ୍ରିଲରେ ନାକ ଟିମ ଯାଞ୍ଚ କରିବା ପାଇଁ ଆସିଥିଲେ । ସେଥିରେ ବିଶ୍ୱ ବିଦ୍ୟାଳୟର ମାନ୍ୟତା ହ୍ରାସ ପାଇଥିଲା, ଏହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ବିଶ୍ୱ ବିଦ୍ୟାଳୟର କର୍ତ୍ତୃପକ୍ଷ ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିଲେ । ଆବେଦନ ଅନୁଯାୟୀ ନାକ ଟିମ ସେପ୍ଟେମ୍ବର ୨୮ ତାରିଖରେ ପୁଣି ତଦନ୍ତ କରିବା ପାଇଁ ଆସିବେ ।

ସୂଚନା ଅନୁସାରେ, ଉତ୍କଳ ବିଶ୍ୱ ବିଦ୍ୟାଳୟର ମାନ ଯାଞ୍ଚ କରିବା ପାଇଁ ନାକର ପ୍ରତିନିଧି ଦଳ ଶୁକ୍ରବାର ଠାରୁ ଯାଞ୍ଚ ଆରମ୍ଭ କରିବେ । ପ୍ରଥମ ଦିନରେ ଟିମ ବିଭିନ୍ନ ବିଭାଗ ବୁଲି ପାଠପଢାକୁ ନେଇ ଯାଞ୍ଚ କରିବ । ପର ଦିନ ବିଶ୍ୱ ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରାଯିବା ବେଳେ ତୃତୀୟ ଦିନ ହଷ୍ଟେଲ ପରିଦର୍ଶନରେ ଟିମ ଯିବ । ଏହି ଟିମ ୩ ଦିନ ଧରି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ, ଗତ ଏପ୍ରିଲରେ ପ୍ରତିନିଧି ଦଳ ଯେଉଁ ରିପୋର୍ଟ ଦେଇଥିଲେ ତାକୁ ମଧ୍ୟ ସମୀକ୍ଷା କରାଯିବ ।

ବର୍ତ୍ତମାନ ନାକ ଟିମ ଯେଉଁ ରିପୋର୍ଟ ଦେବ, ସେହି ରିପୋର୍ଟ ଅନୁସାରେ ବିଶ୍ୱ ବିଦ୍ୟାଳୟକୁ ଗ୍ରେଡ ମିଳିବ । ନାକ ଟିମ ଆସିବା ପୂର୍ବରୁ ବିଶ୍ୱ ବିଦ୍ୟାଳୟର କତ୍ତୃପକ୍ଷ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି । ଏନେଇ ଛାତ୍ରଛାତ୍ରୀ ଏବଂ ବିଶ୍ୱ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

Get real time updates directly on you device, subscribe now.