fbpx

ଦୋହଲିଗଲା ତୁର୍କୀର ରାଜଧାନୀ, ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ସଂସଦ ନିକଟରେ ଭୟଙ୍କର ବିସ୍ଫୋରଣ

ଅଙ୍କାରା: ତୁର୍କୀ ରାଜଧାନୀ ଅଙ୍କାରା ନିକଟରେ ଆଜି ଅର୍ଥାତ୍ ରବିବାର ଦ୍ୱିପ୍ରହରରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହା ସହିତ ଗୁଳିଗୋଳା ବର୍ଷଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଏହି ଆତ୍ମଘାତୀ ବିସ୍ଫୋରଣରେ ସଂପୃକ୍ତ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ପୋଲିସ ଅଫିସର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ଓ ସୁରକ୍ଷା ବାହିନୀ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ସଂସଦ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଏହି ଘଟଣା ଘଟିଛି ।

ତୁର୍କୀର ଗୃହ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଦୁଇ ଜଣ ଆତଙ୍କବାଦୀ ସକାଳ ପ୍ରାୟ ୯ ଟା ୩୦ ମିନିଟ୍ ସମୟରେ ମନ୍ତ୍ରଣାଳୟର ସାଧାରଣ ନିରାପତ୍ତା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ଓ ଏହି ବିସ୍ଫୋରଣ ଘଟାଇଥିଲେ । ତେବେ ଏହି ଆକ୍ରମଣରେ କୌଣସି ଜୀବନହାନୀ ନେଇ ଖବର ଆସିନାହିଁ । ତେବେ ସବୁଠାରୁ ବଡ କଥା ହେଉଛି କିଛଇଦିନ ପୂର୍ବରୁ ତୁର୍କୀ ଭୟଙ୍କର ଭୂମିକମ୍ପର ସାମ୍ନା କରିଥିଲା ।

Get real time updates directly on you device, subscribe now.