fbpx

(Video) ଆକାଶରେ ଦିଶିଲା ନୀଳ ରଙ୍ଗର ସୂର୍ଯ୍ୟ: ପ୍ରକୃତିର ଖେଳ ନା ଅଲଗା ରହିଛି କାରଣ?

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରକୃତିରେ ଅନେକ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଅଦିନିଆ ବର୍ଷା, ସୁନାମୀ ସାଙ୍ଗକୁ ଖରା ଦିନେ ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେଉଛନ୍ତି । ସେହିପରି ସୂର୍ଯ୍ୟଙ୍କ ରଙ୍ଗ ମଧ୍ୟ ବଦଳି ଯାଇଥିବା କୁହାଯାଇଛି । ଉତ୍ତପ୍ତ ସୂର୍ଯ୍ୟ ପ୍ରାୟତଃ ଲାଲ୍ ଦେଖାଯାଇଥାଏ । କିନ୍ତୁ ବର୍ତ୍ତମାନ ନୀଳ ଆକାଶରେ ଲାଲ ସୂର୍ଯ୍ୟ ବଦଳରେ ନୀଳ ରଙ୍ଗର ସୂର୍ଯ୍ୟ ଦେଖିବାକୁ ମିଳିଛି । ଏହାକୁ ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି । ଏବେସୋସିଅଲ ମିଡିଆରେ ଏହାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଗୁରୁବାର ସକାଳେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥିଲା । ଶୋଇକି ଉଠିଲା ପରେ ଲୋକମାନେ ଦିନର ବଦଳିଥିବା ରୂପ ଦେଖିଥିଲେ । ବାସ୍ତବରେ ସୂର୍ଯ୍ୟ ‘ନୀଳ’ ରଙ୍ଗର ଦେଖାଯାଇଥିଲା । ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଭଳି ଘଟଣା ଘଟିଛି ବ୍ରିଟେନରେ । ପାଣିପାଗ ବିଭାଗ କହିଛି ଯେ, ଏହାର କାରଣ ଉତ୍ତର ଆମେରିକାରେ ଲାଗିଥିବା ନିଆଁ । ଜଣେ ୟୁଜର କହିଛନ୍ତି ଯେ, ‘ଜ୍ୱାଳାମୁଖୀ କାରଣରୁ ସ୍ପଷ୍ଟ ଭାବରେ ସ୍କଟଲ୍ୟାଣ୍ଡରେ ଏକ ନୀଳ ସୂର୍ଯ୍ୟ ଆଜି ଦେଖିବାକୁ ମିଳିଛି । ଅନ୍ୟ ଜଣେ ତୃତୀୟ କହିଛନ୍ତି କି ‘ହେ ଭଗବାନ, ଏହା ପୂର୍ବରୁ ନୀଳ ସୂର୍ଯ୍ୟ ମୁଁ କେବେ ଦେଖି ନଥିଲି ।

ପାଣିପାଗ ବିଭାଗର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ସମଗ୍ର ବ୍ରିଟେନ ପାଶ୍ଚାତ୍ୟ ବିଶୃଙ୍ଖଳାର କବଜାରେ ରହିଛି । ପଶ୍ଚିମ ପବନ ଯୋଗୁଁ ଉତ୍ତର ଆମେରିକା ପରି କାନାଡାର ଜଙ୍ଗଲ ଅଗ୍ନିକାଣ୍ଡରୁ ଧୂଆଁ ବ୍ରିଟେନରେ ପହଞ୍ଚୁଛି । ବାୟୁମଣ୍ଡଳରେ ଧୂଆଁ ଏବଂ ଅଧିକ ମେଘ ଯୋଗୁଁ ସୂର୍ଯ୍ୟକିରଣ ବିଛେଇ ହୋଇଯାଇଛି, ଯାହାଫଳରେ ଅସାଧାରଣ ରଙ୍ଗ ପରିବର୍ତ୍ତନ ହୋଇଥାଏ । ତେଣୁ ଗୁରୁବାର ବ୍ରିଟେନରେ ସୂର୍ଯ୍ୟର ରଙ୍ଗ ନୀଳ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.