fbpx

ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍: ମଣିପୁରର ଦୁଇ ଛାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଗତ ଜୁଲାଇ ମାସଠାରୁ ନିଖୋଜ ଥିବା ମଣିପୁରର ଦୁଇ ଛାତ୍ର ହତ୍ୟାକାଣ୍ଡର ଫଟୋ ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିଲା । ଜୁଲାଇ ୬ ତାରିଖଠାରୁ ଏହି ଦୁଇଜଣ ନିଖୋଜ ରହିଥିଲେ । ସେମାନଙ୍କୁ ହତ୍ୟା କରିବା ପରେ ଫଟୋ ଉତ୍ତୋଳନ କରାଯାଇଥିବା ଜଣାପଡ଼ୁଥିଲା । ତେବେ ଏହା ମଧ୍ୟରେ ଦୁଇ ଛାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ସୂଚନା ଦେଇଛନ୍ତି ।

ଅପହୃତ ହୋଇଥିବା ଦୁଇ ଛାତ୍ର ମୃତ୍ୟୁ ପାଇଁ ଦାୟୀ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଚୁରାଚାନ୍ଦପୁର ଜିଲ୍ଲାରୁ ଗିରଫ କରାଯାଇଛି । ଛାତ୍ର ଫିଜାମ ହେମଜିତ (୨୦) ଓ ଛାତ୍ରୀ ହିଜାମ ଲିନଥୋଇନଗମ୍ବୀ (୧୭)ଙ୍କୁ ହତ୍ୟା କରାଯିବା ପୂର୍ବର ଓ ପରବର୍ତ୍ତୀ ସମୟର ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ହତ୍ୟା ପଛର ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସ’ରେ ସୂଚନା ଦେଇଛନ୍ତି ।

ସୋସିଆଲ ମିଡ଼ିଆରେ ଦୁଇଜଣଙ୍କ ଫଟୋ ଭାଇରାଲ ହେବା ପରେ ଦୋଷୀଙ୍କ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପୂର୍ବରୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । ମେ ମାସ ୩ ତାରିଖରୁ ରାଜ୍ୟରେ କୁକୀ ଓ ମୈତେଈ ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଏବେ ବି ଜାରି ରହିଛି । ଏହି ବିବାଦ ଫଳରେ ରାଜ୍ୟରେ ଦୀର୍ଘଦିନ ଧରି ଅଶାନ୍ତ ପରିସ୍ଥିତି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.