fbpx

ବିଜେପି ଯୁବମୋର୍ଚ୍ଚାର ନୂଆ ସଦସ୍ୟଙ୍କ ନାମ ଘୋଷଣା: ଉପସଭାପତି, ସାଧାରଣ ସମ୍ପାଦକ, ସଂଯୋଜକଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ମେ ମାସ ୩୦ ତାରିଖରେ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଆଗାମୀ ବିଧାନସଭା ନିର୍ବାଚନ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ ରାଜନୈତିକ ବିଜେଡି, ବିଜେପି ଓ କଂଗ୍ରେସ ଏବେଠାରୁ ସେମାନଙ୍କର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଲେଣି । ନିକଟରେ ରାଜ୍ୟ ବିଜେପି ତା’ର ସଂଗଠନରେ କିଛି ନୂଆ ନେତାଙ୍କୁ ଦାୟିତ୍ୱ ଦେଇଥିବା ବେଳେ ପୁଣି କିଛି ସଦସ୍ୟଙ୍କ ନାମ ଘୋଷଣା କରିଛି ।

ସୂଚନା ମୁତାବକ, ରାଜ୍ୟର ବିଜେପିର ଯୁବମୋର୍ଚ୍ଚାରେ କିଛି ନୂଆ ପଦାଧିକାରୀଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଏନେଇ ଏକ ତାଲିକା ପ୍ରକାଶ ପାଇଛି । ଯୁବମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଦାୟିତ୍ୱ ମିଳିଛି । ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏନେଇ ଏକ ତାଲିକା ପ୍ରକାଶ କରିଛନ୍ତି ।

୬ ଜଣ ଉପସଭାପତି, ୨ ଜଣ ସାଧାରଣ ସମ୍ପାଦକ, ୬ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ବିଭିନ୍ନ ବିଭାଗ ପାଇଁ ୭୭ ଜଣ ସଂଯୋଜକ ଓ ସହସଂଯୋଜକଙ୍କୁ ମନୋନୀତ କରାଯାଇଛି । ସେହିପରି କାର୍ଯ୍ୟକାରିଣୀ ପାଇଁ ୨୯ ଜଣ ଓ ୩୭ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କୁ ମନୋନୀତ କରାଯାଇଛି । ଗତ ମେ ମାସରେ ମନମୋହନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିବା ପରେ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ତାଙ୍କର ନୂଆ ଟିମ୍ ଘୋଷଣା କରିଥିଲେ । ସେ ସମୟରେ ୩୫ ଜଣିଆ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.