fbpx

ମହିଳାଙ୍କ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ କରି ଗିରଫ ହେଲା ଭିଣେଇ

କେନ୍ଦୁଝର: କେନ୍ଦୁଝରରୁ ଆସିଛି ଏକ ହୃଦୟ ବିଦାରକ ଖବର । ଜଣେ ମହିଳାଙ୍କୁ ଦୁଷ୍କର୍ମ କରି, ସେ ସମୟର ଭିଡିଓ ଭାିରାଲ କରିଲେ ସମ୍ପର୍କିୟ । ଭିଡିଓ କରି ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ଦେଉଥିଲେ ଧମକ । ମହିଳା ଜଣଙ୍କ ରାଜି ନହେବାରୁ ଭାଇରାଲ କରିଦେଲେ ଭିଡିଓ । ସେହି ୩୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିବା ଓ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବା ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ସହରର ମହେଶ୍ୱର ଜୁଆଙ୍ଗ ଓ ବୁଧୁରାମ ଜୁଆଙ୍ଗ। ସବୁଠୁ ବଡ଼ କଥା ହେଉଛି ବୁଧୁରାମ ପୀଡ଼ିତାଙ୍କ ଭିଣୋଇ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କୁ ମହେଶ୍ୱର ଜୁଆଙ୍ଗ। ଦୁଷ୍କର୍ମ କରିଥିବା ବେଳେ ବୁଦ୍ଧୁରାମ ଜୁଆଙ୍ଗ। ନିଜ ମୋବାଇଲରେ ପୂରା ଘଟଣା ରେକର୍ଡ କରିଥିଲେ। ମହେଶ୍ୱର ମହିଳାଙ୍କୁ ବ୍ଲାକମେଲ୍ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହେଲେ ଦୁଷ୍କର୍ମ ଭିଡିଓ ଭାଇରାଲ୍ କରିବେ ବୋଲି ଧମକ ଦେଇଥିଲେ। ମହିଳା ଜଣକ ନ ମାନିବାରୁ ଉଭୟ ଅଭିଯୁକ୍ତ ଏହି ଭିଡିଓ କ୍ଲିପ୍ କୁ ସୋସିଆଲ ମିଡିଆରେ ପ୍ରସାରିତ କରିଥିଲେ। ମହିଳା ଜଣକ ଏ ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।

Get real time updates directly on you device, subscribe now.