fbpx

(video)ଭାଇରାଲ ହେଲା ଦେଶୀ WWE,ଗାଁ ପୋଖରୀର ପିଲାମାନେ ଖେଳିବା ଭିଡିଓ ଭାଇରାଲ

ଓଡିଶା ଭାସ୍କର : WWE ଏକ ଏପରି ଖେଳ ଯାହାକୁ ଆମେ ସମସ୍ତେ ଆମ ପିଲା ଦିନେ ଦେଖିଛୁ । ଏହାର କ୍ରେଜ ଏତେ ଅଧିକ ଥିଲା ଯାହା ଫଳରେ WWE ଟିଭିରେ ଆରମ୍ଭ ହେବା ପରେ ଏହାକୁ ଦେଖିବା ପାଇଁ ପିଲାମାନେ ଟିଭିପାଖରୁ ହଟୁ ନଥିଲେ । ଏହାକୁ ଦେଖିବା ପରେ ସବୁ ପିଲା ମାନେ ତାଙ୍କ ଘରେ ଭାଇ ଭଉଣୀଙ୍କ ସାଙ୍ଗରେ ଏହି ଖେଳ ଖେଳୁଥିଲେ । ଏବେ ସୋସିଆଲ ମିଡିଆରେ ସେହିପରି କିଛି ଦେଖିବାକୁ ମିଳୁଛି । ଏଥିରେ ଦେଖିବାକୁ ମିଳୁଛି ପିଲାମାନେ ଗାଁ ପୋଖରୀରେ ଜଣେ ଆଉ ଜଣଙ୍କୁ ଧରି WWE ରେ ଯେପରି ଉଠାଇ ଫିଙ୍ଗେ ସେହି ପରି କରୁଥିବା ଦେଖିବାକୁ ମିଳୁଛି ।

ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଦୁଇ ଜଣ ପିଲା ପୋଖରୀ ପାଖରେ ଠିଆ ହୋଇଛନ୍ତି । ଏହା ପରେ WWE ପ୍ରଣାଳୀରେ ଏମାନେ ପୋଖରୀକୁ ଡେଉଁଛନ୍ତି । ଏଠାରେ ପିଲାମାନେ ଆକ୍ଟିଙ୍ଗ ମଧ୍ୟ ସେହି ପରି କରୁଛନ୍ତି ଯେପରି WWE ଦେଖିବାକୁ ମିଳେ । ଗୋଟିଏ ଖେଳାଳି ଥକି ଗଲା ପରେ ଅନ୍ୟଜଣେ ଖେଳାଳି ସାମ୍ନାକୁ ଆସି ଥାଏ ସେହିପରି ଏଠାରେ ମଧ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସରେ ସେୟାର ହୋଇଛ,ଏବଂ ଏହାର କ୍ୟପସନରେ ଲେଖା ହୋଇଛି ଦୁଇ ପିଲାଙ୍କ ମଧ୍ୟରେ ଦେଶୀ WWE । ଏହାକୁ ଏବେ ପର୍ଯ୍ୟନ୍ତ ୭୧ରୁ ଅଧିକ ଲୋକ ଲାଇକ କରିସାରିଛନ୍ତି । ଏହାକୁ ଦେଖି ଅନେକ ଲୋକ ଅନେକ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.