ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେଠାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଛନ୍ତି ।
ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିକଟରେ ବିଭିନ୍ନ ଜିଲ୍ଲା ସଂଗଠନକୁ ପୁନର୍ଗଠନ କରିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ଦେଇଥିଲା । ଏହା ମଧ୍ୟରେ ବିଜେଡି ସୁପିମୋ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା କମିଟିରେ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ଏ ନେଇ ଦଳ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି ।
କାର୍ଯ୍ୟକାରୀ ସଭାପତି ଭାବେ ଦୁର୍ଗା ତ୍ରିପାଠୀ, ପରାମର୍ଶଦାତା ଭାବେ ପୂର୍ଣ୍ଣ ଚନ୍ଦ୍ର ବାକା, ରାଜେନ୍ଦ୍ର ପଣ୍ଡା, ଏନ. ମାଶେଶ୍ୱର ରାଓ, ପ୍ରଫୁଲ ପଣ୍ଡା, ତପନ ସାନା, ଉପସଭାପତି ଭାବେ ପରିତୋଶ ସର୍କାର, ହୃଦାନନ୍ଦ ସାହୁ, ଡାନିଲେ ପାଟଲା, ନୃସିଂହ ମହାନ୍ତି, ସୁବାଶ ବାନର୍ଜୀ, ଗଣେଶ ମଣ୍ଡଳ, ପ୍ରତାପ ଚନ୍ଦ୍ର ସାହୁ, ଉଦୟ ନାଥ ମାଦ୍ରିଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ୧୨ ଜଣ ସାଧାରଣ ସମ୍ପାଦକ, ୧୬ ଜଣ ସମ୍ପାଦକ, ୧୨ ଜଣ ଯୁଗ୍ମ ସମ୍ପାଦକ, ୨ ଜଣ ସୋସିଆଲ ମିଡ଼ିଆ ସହ-ସଂଯୋଜକଙ୍କୁ ନିଯୁକ୍ତି ଦିଆଯିବା ସହିତ ଜିଲ୍ଲାର ବ୍ଲକ / ଟାଉନ ସଭାପତି ଭାବେ ୯ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ।
Party President & CM Shri @Naveen_Odisha appointed several leaders as office-bearers of Biju Janata Dal, Malkangiri District Committee with immediate effect. The appointments will further strengthen organisation at grassroots. #BJDWithOdisha pic.twitter.com/YI8NzvR9DC
— Biju Janata Dal (@bjd_odisha) October 7, 2023