fbpx

କଂଗ୍ରେସ ପୂର୍ବତନ ନେତାଙ୍କ ଘରୁ ମିଳିଲା ବିପୁଳ ପରିମାଣର ନୋଟ, ଏହା ଦେଖିବା ପରେ ଆୟକର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ 

କର୍ଣ୍ଣାଟକ: କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରରେ ଆୟକର ବିଭାଗ ଗୁରୁବାର ଦିନ ରାତିରେ କଂଗ୍ରେସନେତାଙ୍କ ଘରେ ଚଢାଉ ହୋଇଥିଲା । ଏହି ରେଡ ଦ୍ୱାରା ପୋଲିସ ଯାହା ପାଇଛି ତାହା ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟହେବେ । ପୂର୍ବତନ କଂଗ୍ରେସ କର୍ପୋରେଟର ଅଶ୍ୱଥାମା ଏବଂ ତାଙ୍କ ସମ୍ପର୍କୀଙ୍କ ଘରେ ଚଢାଉ ହୋଇଛି । ତେବେ ତାଙ୍କ ସମ୍ପର୍କୀୟଙ୍କ ଘରୁ ଏକ ପେଟିରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା । ଏହା ଦେଖିବା ପରେ ଆୟକର ବିଭାଗ ଆଶ୍ଚର୍ଯ୍ୟ ହୋଇଥିଲେ । ଏବେ ମଧ୍ୟ ରେଡ ଜାରି ରହିଛି । ସୂଚନା ଅନୁସାରେ ଆୟକର ବିଭାଗର ଟିକସ ଫାଙ୍କିବାରୁ ଏହି ଚଢାଉ ହୋଇଥିଲା ।

Get real time updates directly on you device, subscribe now.