fbpx

ଝାରସୁଗୁଡ଼ାରୁ ଉଡ଼ିବ ଆଉ ୨ ବିମାନ : ପୃଥକ ପୃଥକ ସ୍ଥାନକୁ କରିବ ଯାତ୍ରା

ଝାରସୁଗୁଡ଼ା : ଗତକାଲି ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀଯୋଜନା ଆରମ୍ଭ କରି ରାଜ୍ୟବାସୀଙ୍କୁ ଖୁସି ଦେଇଥିବା ବେଳେ ପୁଣି ଆଜି ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି । ଆଜି ଠାରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ବିମାନ ଉଡ଼ିବ । ଗୋଟିଏ ବିମାନ ଆସନ୍ତା ନଭେମ୍ବର ୫ରୁ ଉଡ଼ାଣ ଭରିବା ବେଳେ ଅନ୍ୟଟି ନଭେମ୍ବର ୧୫ରୁ ବେଙ୍ଗାଲୁରୁକୁ ଉଡ଼ାଣ ଭରିବ । ଏହି ବିମାନ ପ୍ରତ୍ୟେକ ଦିନ ଦୁଇଟି ସ୍ଥାନକୁ ଚଳାଚଳ କରିବ । ଏନେଇ ଝାରସୁଗୁଡ଼ା ବିମାନ କତ୍ତୃପକ୍ଷଙ୍କ ତରଫରୁ ଏକ୍ସରେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.