fbpx

କ୍ୟାନସର ସହ ଲଢୁଥିବା ସମୟରେ ଖେଳିଥିଲି ୱାର୍ଲ୍ଡ କପ୍‌.., ଭାରତ ଓ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଏପରି କହି ଗିଲ୍‌ଙ୍କୁ ଉତ୍ସାହିତ କଲେ ଯୁବରାଜ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ୱାର୍ଲ୍ଡ କପ୍ ୨୦୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗତକାଲି ଅର୍ଥାତ୍ ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚ୍‌ରେ ଶୁବମନ ଗିଲ୍ ଖେଳିବେ କି ନା ତାହାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଯୁବରାଜ ସିଂ ଗିଲ୍‌ଙ୍କୁ ଏକ ଖାସ୍ ମେସେଜ୍ ଦେଇଛନ୍ତି ।

ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ର ଅପେକ୍ଷା କେବଳ ଏହି ଦୁଇ ଦେଶର କ୍ରିକେଟ୍ ଫ୍ୟାନ୍ସଙ୍କୁ ରହି ନ ଥାଏ ବରଂ ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କୁ ରହିଥାଏ । ତେବେ ଏହି ମ୍ୟାଚ୍‌କୁ ନେଇ ସବୁଠାରୁ ବଡ ଦ୍ୱନ୍ଦ୍ୱ ହେଉଛି ଏଥିରେ ଶୁବମନ ଗିଲ୍ ଖେଳିପାରିବେ କି ନା ? ୱାର୍ଲ୍ଡ କପ୍ ୨୦୨୩ ଆରମ୍ଭରେ ହିଁ ଗିଲ୍‌ଙ୍କୁ ଡେଙ୍ଗୁ ହୋଇଯାଇଥିଲା । ଏହି କାରଣରୁ ସେ ଇଣ୍ଡିଆ ଭର୍ସେସ୍ ଅଷ୍ଟ୍ରେଲିଆ ଓ ଇଣ୍ଡିଆ ଭର୍ସେସ୍ ଆଫଗାନିସ୍ଥାନ ମ୍ୟାଚ୍ ଖେଳି ପାରି ନ ଥିଲେ ।

ଅହମ୍ମଦାବାଦରେ ଭାରତୀୟ ଟିମ୍ ପହଞ୍ଚିବା ପୂର୍ବରୁ ଗିଲ୍ କିନ୍ତୁ ସେଠାରେ ପହଞ୍ଚିଯାଇଛନ୍ତି । ୧୨ ଅକ୍ଟୋବରରେ ସେ ନେଟ୍‌ରେ ବୋଲିଂ ଅଭ୍ୟାସ ମଧ୍ୟ କରିଛନ୍ତି । ତେବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଓ ଶୁବମନ ଗିଲ୍‌ଙ୍କ ସହ ଅଧିକ ନିକଟତର ବୋଲାଉଥିବା ଯୁବରାଜ ସିଂହ ତାଙ୍କୁ ଏକ ତଗଡା ମେସେଜ୍ ପଠାଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଯୁବରାଜ କହିଛନ୍ତି, ଶୁବମନ ଗିଲ୍‌ଙ୍କୁ ମୁଁ ତଗଡା କରିଦେଇଛି । ମୁଁ ତାକୁ କହିଛି ଦେଖେ ମୁଁ ମୋ ଜୀବନରେ ୨ ଟି ମ୍ୟାଚ୍ ଡେଙ୍ଗୁରେ ଖେଳିଥିବା ବେଳେ କ୍ୟାନସରରେ ବି ୱାର୍ଲ୍ଡ କପ୍ ଖେଳିଛି । ତେଣୁ ତୁ ପ୍ରସ୍ତୁତ ହୋଇଯା । ମୁଁ ଆଶା କରୁଛି ଇର୍‌ହିଆ ଭର୍ସେସ୍ ପାକିସ୍ତାନ ମ୍ୟାଚ୍ ଲାଗି ତୁ ରେଡି ହୋଇଯାଇଛୁ । ସେ ଆହୁରି କହିଛନ୍ତି, ଡେଙ୍ଗୁରେ ପୀଡିତ ହେବା ପରେ ଖେଳିବା ବହୁତ କଷ୍ଟକର ହୋଇଥାଏ ମୁଁ ମାନୁଛି କିନ୍ତୁ ମୁଁ ଆଶଶ କରୁଛି ଯଦି ତୁ ଡେଙ୍ଗୁମୁକ୍ତ ହେବା ପରେ ଏବେ ଫିଟ୍ ଅଛୁ ତେବେ ଏହି ମ୍ୟାଚ୍‌ଜରୁର ଖେଳିବା ଉଚିତ ।

ଏଠାରେ ସୂଚାଇ ଦିଆଯାଇପାରେ କି ଶୁବମନ ଗିଲ୍‌ଙ୍କ ଲାଗି ବର୍ଷ ୨୦୨୩ ବେଶ୍ ଭଲ ରହିଛି । ୱାର୍ଲ୍ଡ କପ୍ ପୂର୍ବରୁ ସେ ଦମଦାର ଫର୍ମରେ ରହିଥିଲେ । ଏହା ବ୍ୟତିତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗିଲ୍‌ଙ୍କ ରେକର୍ଡ ଭଲ ରହିଛି ।

ଭାରତୀୟ ଟିମ୍ ୱାର୍ଲ୍ଡ କପ୍ ୨୦୨୩ରେ ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ଆଫଗାନିସ୍ଥାନକୁ ହରାଇଛି । ସେହିପରି ପାକିସ୍ତାନ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ହରାଇଛି । ଉଭୟ ଟିମ୍ ଏହି ୱାର୍ଲ୍ଡ କପ୍‌ରେ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି । ଆଇସିସି ୱାର୍ଲ୍ଡ କପ୍ ଇତିହାସରେ ଏ ପର୍ଯ୍ୟନ୍ତ ପାକିସ୍ତାନ କେବେ ବି ଭାରତ ବିରୁଦ୍ଧରେ ବିଜୟ ହାସଲ କରିପାରିନାହିଁ ।

Get real time updates directly on you device, subscribe now.