fbpx

ପୁରୀ ଓ ନୟାଗଡ଼ ଜିଲ୍ଲାପାଇଁ ୨୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀର ତାଳବଣିଆଠାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ୧୩୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪ ହଜାର ୧୩୦ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି । ଏଥିମଧ୍ୟରେ ଅସ୍ତରଙ୍ଗର ୧୫ଟି ଗ୍ରାମପଞ୍ଚାୟତରେ ୨୨୧ଟି ପ୍ରକଳ୍ପ, ବ୍ରହ୍ମଗିରିରେ ୨୫ଟି ଗ୍ରାମପଞ୍ଚାୟତରେ ୩୬୧ଟି ପ୍ରକଳ୍ପ, ଡେଲାଙ୍ଗର ୨୧ ଗ୍ରାମପଞ୍ଚାୟତରେ ୩୭୭ଟି ପ୍ରକଳ୍ପର ଉଦ୍‍ଘାଟନ ହୋଇଛି । ସେହିଭଳି ମୁଖ୍ୟମନ୍ତ୍ରୀ ଆଜି ନୟାଗଡ଼ ଜିଲ୍ଲା ପାଇଁ ୯୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨ ହଜାର ୯୨୪ଟି ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଶୁଭାରମ୍ଭ କରିଛନ୍ତି ।

ତେବେ ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ । ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ଭଦ୍ରକରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଆଜି ଆଉ ଦୁଇ ଜିଲ୍ଲାର ଗାଁ ଗାଁରେ ବିକାଶର ନୂଆ ଅଧ୍ୟାୟ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆମ ଓଡିଶା ନବୀନ ଓଡିଶା ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟସ୍ଥଳରୀ ସଂରକ୍ଷଣ କରିବ । ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନକେନ୍ଦ୍ର, ଦକ୍ଷତା ବିକାଶ, ବ୍ୟାଙ୍କିଂ ଆଦି କ୍ଷେତ୍ରକୁ ବିକଶିତ କରି ସବୁ ବର୍ଗଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ବଳ କରିବ ।

Get real time updates directly on you device, subscribe now.