fbpx

ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ହେବ ବାଘ ଗଣନା: ନଭେମ୍ବରରୁ ପହିଲାରୁ ବାଘ ଗଣନା ଆରମ୍ଭ, ଏପ୍ରିଲରୁ ହାତୀ ଗଣନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ବାଘ ଗଣନା ଆରମ୍ଭ ଆରମ୍ଭ ହେବ । ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ରାଜ୍ୟରେ ବାଘ ଗଣନା କରାଯିବ । ଏହି ଗଣନା ସରିବା ପରେ ଆସନ୍ତାବର୍ଷ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ । ରାଜ୍ୟରେ ୨୦ଟି ବାଘ ରହିଥିବା କେନ୍ଦ୍ର ସରକାର ରିପୋର୍ଟ ଦେଇଥିବା ବେଳେ ୨୫ଟି ବାଘ ରହିଥିବା ନେଇ ରାଜ୍ୟ ସରକାର ଦାବି କରିଛନ୍ତି ।

ତେବେ ଆସନ୍ତା ଏପ୍ରିଲରୁ ରାଜ୍ୟରେ ହାତୀ ଗଣନା ମଧ୍ୟ ଆରମ୍ଭ ହେବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ସୂଚନା ଦେଇଛନ୍ତି । ରାଜ୍ୟରେ ଅକ୍ଟୋବର ମାସରୁ ବାଘ ଗଣନା ହେବ ବୋଲି ଗତ ସେପ୍ଟେମ୍ବର ମାସରେ ପିସିସିଏଫ ସୂଚନା ଦେଇଥିଲେ । ରାଜ୍ୟର ଶିମିଳିପାଳ ଜାତୀୟ ଉଦ୍ୟାନ, ସାତକୋଶିଆ, ଡେବ୍ରିଗଡ଼, କେନ୍ଦୁଝର, ସୁନାବେଡ଼ା ସହ ଅନ୍ୟ କିଛି ଜଙ୍ଗଲରେ ଏହି ଗଣନା କାର୍ଯ୍ୟ ଆରମ୍ଭ କରିବାକୁ ବନ ବିଭାଗ ଲକ୍ଷ୍ୟ ରଖିଥିଲା । ପ୍ରଥମେ ଟ୍ରାଞ୍ଜାକ୍ଟ ଆନାଲିସିସ ଜରିଆରେ ବାଘର ସନ୍ଧାନ କରାଯିବ । ତା’ପରେ ଯେଉଁଠାରେ ବାଘ ସମ୍ପର୍କରେ ସୂଚନା ମିଳିବ ସେଠାରେ କ୍ୟାମେରା ଟ୍ରାପ ଲଗାଯିବ ବୋଲି କୁହାଯାଇଥିଲା ।

କିଛି ମାସ ତଳେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ ବିଶେଷଜ୍ଞ ଓଡ଼ିଶା ଆସିବା ସହ ସେମାନେ ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ୍ ଦେଇଥିଲେ । ନିକଟରେ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ସେଥିରେ ୮ଟି ସର୍କଲର ଡିଏଫଓ, ଏସିଏଫ, ବନ ବିଭାଗ ଅଧିକାରୀ, ବନ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା । ମାଷ୍ଟର ଟ୍ରେନରମାନେ ଟ୍ରେନିଂ ନେବା ପରେ ସେମାନେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ଟ୍ରେନିଂ ଦେବେ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.