fbpx

ଟଙ୍କା ଦେ, ସ୍ୱାମୀ ନେ… ୫ ଲକ୍ଷ ପାଇଁ ନିଜ ସ୍ୱାମୀ ବିକ୍ରି କରିଦେଲା କଳିଯୁଗର ସ୍ତ୍ରୀ

ନୂଆଦିଲ୍ଲୀ: କୁହାଯାଏ ବିବାହ ୭ ଜନ୍ମର ସମ୍ପର୍କ । ଥରେ ମଥାରେ ସିନ୍ଦୁର ଲାଗିଲେ ଉଭୟ ଆଗାମୀ ୭ ଜନ୍ମ ପାଇଁ ପରସ୍ପରର ଜୀବନସାଥୀ ପାଲଟିଯାଆନ୍ତି । କିନ୍ତୁ ଆଜି ଟଙ୍କା ଆଗରେ ବିକ୍ରି ହୋଇ ଯାଇଛି ଏହି ସମ୍ପର୍କ । ମାତ୍ର ୫ ଲକ୍ଷ ଟଙ୍କାରେ ସ୍ୱାମୀକୁ ବିକ୍ରି କରି ଦେଇଛନ୍ତି ଜଣେ ମହିଳା । ୫ ଲକ୍ଷ ଟଙ୍କା ବଦଳରେ ପର ସ୍ତ୍ରୀ ହାତରେ ନିଜ ମଥାର ସିନ୍ଦୁର ଆଉ ସ୍ୱାମୀଙ୍କ ପୁରୁଷତ୍ୱକୁ ଟେକି ଦେଇଛନ୍ତି । ଟଙ୍କା ଲୋଭରେ କର୍ଣ୍ଣାଟକର ଜଣେ ମହିଳା ଏଭଳି ଏକ ଅଜବ ଏବଂ ଭୟଙ୍କର ନିଷ୍ପ୍ତି ନେଇଥିବା ଦେଖିବାକୁ ମିଳିଛି ।

ଯାହା ଆଜି ପର୍ଯ୍ୟନ୍ତ ହିନ୍ଦୀ ସିନେମାରେ ଦେଖୁଥିଲେ, ଆଜି ତାହା ରିଏଲ ଲାଇଫରେ ଦେଖିବାକୁ ମିଳିଛି । ସ୍ୱାମୀ ସ୍ତ୍ରୀର ସମ୍ପର୍କ ମାତ୍ର ୫ ଲକ୍ଷ ଟଙ୍କା । ୫ ଲକ୍ଷ ଟଙ୍କା ବଦଳରେ ପର ସ୍ତ୍ରୀ ହାତରେ ଟେକିଦେଲା ସ୍ତ୍ରୀ । ବଲିଉଡ ଫିଲ୍ମ ‘ଜୁଦାଇ’ରେ ଯେପରି ଅଭିନେତ୍ରୀ ଶ୍ରୀଦେବୀ ନିଜ ସ୍ୱାମୀ ଙ୍କୁ ଅନ୍ୟ ଜଣେ ମହିଳା ଙ୍କୁ ବିକ୍ରି କରିଥିଲେ, ଠିକ ସେହିପରି ରିଅଲ ଲାଇଫରେ ମଧ୍ୟ ଏଭଳି ଘଟଣା ଘଟିଛି । କର୍ଣ୍ଣାଟକ ମାଣ୍ଡ୍ୟାର ଏକ ଗ୍ରାମରେ ମହିଳା ଜଣକ ଅନ୍ୟ ଜଣେ ମହିଳାଙ୍କୁ ୫ ଲକ୍ଷ ଟଙ୍କାରେ ନିଜ ସ୍ୱାମୀଙ୍କୁ ବିକ୍ରି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସ୍ୱାମୀକୁ ପର ସ୍ତ୍ରୀ ସହିତ ରାତି ବିତାଇଥିବା ଜାଣିପାରି ସ୍ତ୍ରୀ ନେଇଥିଲେ ଏପରି ନିଷ୍ପତ୍ତି । ଅନ୍ୟ ଜଣେ ମହିଳା ସହ ସ୍ୱାମୀକୁ ଅସଂଯତ ଅବସ୍ଥାରେ ଦେଖିଥିଲା ପତ୍ନୀ । ଏହାପରେ ୨ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତମାଳ ଯୁଦ୍ଧ । ଏହାପରେ ୨ ଜଣ ମହିଳା ଘଟଣାକୁ ପଞ୍ଚାୟତରେ ଉଠାଇଥିଲେ । ପର ପୁରୁଷ ସହ ସମ୍ପର୍କ ଥିବା ମହିଳା ଜଣକ କହିଥିଲେ ଯେ ‘୫ ଲକ୍ଷ ଟଙ୍କା ଦେ ଓ ସ୍ୱାମୀଙ୍କୁ ନେ’ । ପତ୍ନୀ କହିଥିଲେ, “ମୋତେ ଏଭଳି ସ୍ୱାମୀ ଦରକାର ନାହିଁ । ୫ ଲକ୍ଷ ଟଙ୍କା ଦେ ଓ ମୋ ସ୍ୱାମୀଙ୍କୁ ନେ ।” ଏହି ଅର୍ଥକୁ ୧ ମାସ ମଧ୍ୟରେ ଦେବାକୁ ଅନ୍ୟ ଜଣେ ମହିଳା ଜଣକ କହିବା ପରେ ବିକ୍ରି ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ ରାଜି ହୋଇଯାଇଥିଲେ ।ଉଭୟ ମହିଳାଙ୍କ ମଧ୍ୟରେ ଏଭଳି ବୁଝାମଣା ଦେଖିବା ପରେ ପଞ୍ଚାୟତର ମୁଖିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ଏହି ଦମ୍ପତିଙ୍କୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.