ଶେଷ ହୋଇଯିବ ମିନିମମ୍ ବାଲାନ୍ସର ଟେନସନ୍ ! ସରକାରୀ ବ୍ୟାଙ୍କ ଦେଲା ଲାଇଫ୍ ଟାଇମ୍ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ ଖୋଲିବାର ସୁଯୋଗ

ନୂଆଦିଲ୍ଲୀ: ଦେଶର ସରକାରୀ ବ୍ୟାଙ୍କ ଗ୍ରାହକମାନଙ୍କୁ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ ଖୋଲିବାର ସୁଯୋଗ ଦେଉଛି । ସାରା ଜୀବନ ପାଇଁ ଜିରୋ ବାଲାନ୍ସ ସହିତ ଏହି ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇପାରିବ । ଏତଦ୍ ବ୍ୟତୀତ ଏହି ଆକାଉଣ୍ଟ ଅଧୀନରେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ମଧ୍ୟ ଦିଆଯାଇପାରିବ । ଏହି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ବଜାୟ ରଖିବାର ଆବଶ୍ୟକତା ଶେଷ ହୋଇଯିବ ।

ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅଫ୍ ବରୋଦା ଏହି ସୁବିଧା ଯୋଗାଇ ଦେଇଛି । ବିଓବି ପକ୍ଷରୁ ଉତ୍ସବର ଋତୁରେ ବିଓବି ସହିତ ଉମାଙ୍ଗ ନାମକ ଏକ ଅଭିଯାନ ଆରମ୍ଭ କରିଛି । ଏହା ଅଧୀନରେ ଜିରୋ ବାଲାନ୍ସରେ ଏକ ସେଭିଂ ଆକାଉଣ୍ଟ ଖୋଲାଯାଉଛି । ବ୍ୟାଙ୍କ ନିଜର ବୟାନରେ କହିଛି ଯେ, ବିଓବି ଲାଇଟ ଅଧୀନରେ କୌଣସି ଅସୁବିଧା ବିନା ଶୂନ୍ୟ ବାଲାନ୍ସ ସହିତ ଏକ ସେଭିଂ ଆକାଉଣ୍ଟ ଖୋଲାଯାଇପାରିବ ।

ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ସୁବିଧା ମଧ୍ୟ ଉପଲବ୍ଧ :-
ଯଦି ଆପଣ ଚାହାଁନ୍ତି, ଆପଣ ଆଜୀବନ ମାଗଣା ରୁପେ ପ୍ଲାଟିନମ୍ ଡେବିଟ୍ କାର୍ଡର ସୁବିଧା ପାଇପାରିବେ । ତଥାପି ଏଥିପାଇଁ ଆପଣଙ୍କୁ ତ୍ରୈ ମାସିକ ଭିତ୍ତିରେ ଅଳ୍ପ ବାଲାନ୍ସ ବଜାୟ ରଖିବାକୁ ପଡିବ । ଯଦି ଗ୍ରାହକ ଯୋଗ୍ୟ ତେବେ ସେ କ୍ରେଡିଟ୍ କାର୍ଡ ସୁବିଧା ମଧ୍ୟ ପାଇପାରିବେ । ଏହା ସହିତ, ବିଓବି ଲାଇଟ୍ ସେଭିଂ ଆକାଉଣ୍ଟ୍ ଅନେକ ଫେଷ୍ଟିଭାଲ୍ ଅଫର୍ ଦେଉଛି ।