ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୩୬କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୩୬ଜଣଙ୍କ ମଧ୍ୟରେ ଗଞ୍ଜାମର ୨୩, ଯାଜପୁରର ୫, ମୟୁରଭଞ୍ଜର ୩, ପୁରୀ ଓ ଭଦ୍ରକରୁ ୨, ରାଉକେଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୦୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୩ଜଣ ସୁସ୍ଥ ହୋଇଛନ୍ତି ଓ ୬ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୭୦୩ ଆକ୍ଟିଭ୍ କେସ୍ ରହିଛି ।
Another 36 #COVID19 patients have recovered and are being discharged.
23 are from Ganjam
5 from Jajpur
3 from Mayurbhanj
2 each from Puri and Bhadrak, and
1 from RourkelaThe total recovered cases of Odisha now stand at 343.
— H & FW Dept Odisha (@HFWOdisha) May 20, 2020