fbpx

ଚୀନକୁ ଶକ୍ତ ଝଟକା ଦେଲା ନେପାଳ: ବ୍ୟାନ କଲା TikTok

ନୂଆଦିଲ୍ଲୀ: ନେପାଳର ପୁଷ୍ପା କମଲ ଦହଲ ସରକାର ଚୀନ୍ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସୋମବାର ନେପାଳର ଯୋଗାଯୋଗ ମନ୍ତ୍ରୀ କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ନେପାଳ ସରକାର ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଭାରତ ସମେତ ଅନେକ ଦେଶ ସୁରକ୍ଷା କାରଣରୁ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଚୀନ୍ ନେପାଳ ସହିତ ନିଜର ଘନିଷ୍ଠତା ବଢ଼ାଉଛି ଏବଂ ଏହାକୁ ରଣନୀତିକ ଢଙ୍ଗରେ ନିଜ ଆଡକୁ କରିବାକୁ ଚାହୁଁଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ବ୍ରିଟେନରେ ଟିକଟକ ବ୍ୟାନ କରାଯାଇଥିଲା । ଚୀନ କମ୍ପାନୀ ମାଲିକାନାଧୀନ ଭିଡିଓ ସେୟାରିଂ ଆପକୁ ବ୍ରିଟେନ ସାଂସଦ ବ୍ୟାନ କରିଥିଲା । ଗୋପନୀୟତା ଏବଂ ସାଇବର ସିକ୍ୟୁରିଟି କାରଣରୁ ଏହି ପଦକ୍ଷେପ ବ୍ରିଟେନ ସରକାର ନେଇଥିଲେ । ବ୍ରିଟେନ ସାଂସଦମାନଙ୍କୁ ଏହି ଆପ ବ୍ୟବହାର କାରିବାକୁ ମନା କରାଯାଇଥିଲା ।

Get real time updates directly on you device, subscribe now.