fbpx

(video)ଟ୍ରକ ସହ ପିଟି ହେଲା ସ୍କୁଲ ପିଲାଙ୍କୁ ଧରି ଆସୁଥିବା ଅଟୋ, ଦେଖନ୍ତୁ ଏହି ସମୟର ଛାତିଥରା ଦୃଶ୍ୟ

ଅମରାବତୀ: ଆଜି ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଠାରେ ସ୍କୁଲ ପିଲାଙ୍କୁ ଧରି ଦ୍ରୁତ ଗତିରେ ଯାଉଥିବା ଏକ ଅଟୋ ଅନ୍ୟପଟୁ ଆସୁଥିବା ଏକ ଟ୍ରକ ସହ ପିଟି ହୋଇଯିବାରୁ ୮ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ସଙ୍ଗମ ସାରଥ ଥିଏଟର ନିକଟରେ ଘଟିଛି । ଦୁର୍ଘଟଣା ବେଳର ଭୟଙ୍କର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏହି ସମସ୍ତ ଛାତ୍ର ଅଟୋ ରିକ୍ସାରେ ବସି ସ୍କୁଲ ଯାଉଥିବା ସମୟରେ ଏହି ଭୟାନକ ଦୁର୍ଘଟଣା ଘଟିଥିଲା । ଭିଡିଓରେ ଏକ ଟ୍ରକ ଫ୍ଲାଇଓଭର ତଳେ ସିଗନାଲ ପାର କରୁଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋ ସାଇଡ୍‌ରୁ ଟ୍ରକ ଦେହରେ ପିଟି ହୋଇଯାଉଛି । ପିଟିଆଇ ପକ୍ଷରୁ ଦୁର୍ଘଟଣା ସମୟର ଭୟଙ୍କର ଭିଡିଓ ପୋଷ୍ଟ କରାଯାଇଛି ।

ଭିଡିଓରେ ଦେଖିବାକୁ ମିଳୁଛି ଟ୍ରକ ସହ ପିଟିହେବା ପରେ ଅଟୋଟି ଦୂରକୁ ଛିଟିକି ପଡିବା ସହ ପିଲାମାନେ ଅଟୋରୁ କିପରି ତଳେ କଚାଡି ହୋଇପଡୁଛନ୍ତି । ଏହାପରେ ସେଠାରେ ଥିବା ଲୋକମାନେ ଅଟୋ ନିକଟକୁ ଧାଇଁ ଆସି ପିଲାମାନଙ୍କୁ ସାହାଯ୍ୟ କରୁଥିବାର ଦେଖାଯାଉଛି । ଏହି ଦୁର୍ଘଟଣାରେ ମୋଟ ୮ ଜଣ ଆହତ ହୋଇଥିବା ବେଳେ ୨ ଜଣ ଛାତ୍ରଙ୍କ ଅବସ୍ଥା ଗମ୍ଭୀର ରହିଛି । ଦୁର୍ଘଟଣା ପରେ ସମସ୍ତ ଛାତ୍ରଙ୍କୁ ତୁରନ୍ତ ନିକଟବର୍ତ୍ତୀ ହସ୍ପିଟାଲ ପହଞ୍ଚା ଯାଇଥିଲା ।

Get real time updates directly on you device, subscribe now.