fbpx

ଶେଷ ହେଲା ରୋହିତଙ୍କ ଟି-୨୦ କ୍ୟାରିୟର? BCCI ପକ୍ଷରୁ ମିଳିଲା ଅଶୁଭ ସଂକେତ…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ତଥା ଷ୍ଟାର ଓପନର ରୋହିତ ଶର୍ମାଙ୍କୁ ନେଇ ଏବେ କୁବ ଆଲୋଚନା ହେବାରେ ଲାଗିଛି । ବିଶ୍ୱକପ ପରାଜୟ ପରେ ତାଙ୍କ ଟି-୨୦ କ୍ୟାରିୟରକୁ ନେଇ ଅନେକ ଆଲୋଚନା-ସମାଲୋଚନା ଜାରି ରହିଛି । ତେବେ ଗତବର୍ଷରୁ ଟି-୨୦ ଫର୍ମାଟରୁ ରୋହିତ ଲଗାତାର ଦୂରେଇ ରହିବାକୁ ନେଇ ଏବେ ଆଶଙ୍କା ଦେଖା ଦେଇଛି । ଟି-୨୦ରେ ତାଙ୍କର ଅନୁପସ୍ଥିତିର ଅର୍ଥ ଖୋଜିବାରେ ଲାଗିଛନ୍ତି ଭାରତୀୟ କ୍ରିକେଟପ୍ରେମୀ । ତେବେ ଏ ନେଇ ବିସିସିଆଇ ତରଫରୁ ଏକ ସଂକେତ ଦିଆଯାଇଛି । ଯାହା ରୋହିତଙ୍କ ପ୍ରଶଂସକଙ୍କୁ ଏକ ଝଟକା ଲାଗିପାରେ ।

ବିସିସିଆଇ ସୂତ୍ରରୁ ପ୍ରକାଶ ପାଇଛି ଯେ, ଟି-୨୦ ଫର୍ମାଟରେ ରୋହିତଙ୍କ କ୍ୟାରିୟର ଆଉ ବେଶୀ ସମୟ ରହି ନ ପାରେ । ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ନିଜକୁ ଆହୁରି ଦେଇପାରନ୍ତି ଟିମ ଇଣ୍ଡିଆର ହିଟମ୍ୟାନ୍ । କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ରୋହିତ ଖୁବଶୀଘ୍ର ବିଦାୟ ନେଇପାରନ୍ତି ବୋଲି ବୋର୍ଡ ତରଫରୁ ଇସାରା ମିଳିଛି । ତେବେ ଏହି ନିଷ୍ପତ୍ତି ବୋର୍ଡର ନୁହେଁ, ବରଂ ଅଧିନାୟକ ରୋହିତ ନିଜେ ଏହି ନିଷ୍ପତ୍ତି ନେଇଥିଲେ । ଟି-୨୦ ଫର୍ମାଟରେ ନିଜ ଭବିଷ୍ୟତକୁ ନେଇ ରୋହିତ କ୍ରିକେଟ ବୋର୍ଡ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଆଲୋଚନା କରିଥିଲେ । ୨୦୨୨ ମସିହା ନଭେମ୍ବରରେ ଟି-୨୦ ବିଶ୍ୱକପରୁ ଦଳ ବାଦ୍ ପଡ଼ିବା ପରେ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଟି-୨୦ରୁ ଦୂରେଇ ରହିବା ପାଇଁ ରୋହିତ ନିଷ୍ପତ୍ତି ନେଇଥିଲେ । ତେବେ ଏହି ଗତ ବର୍ଷେ ମଧ୍ୟରେ ରୋହିତ କୌଣସି ଟି-୨୦ ମ୍ୟାଚ ଖେଳି ନଥିବା ବେଳେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ନେତୃତ୍ୱ ନେଉଛନ୍ତି ।

Rohit Sharma Is 'Looking Foward' To 2024 T20 World Cup, Drops Major Hint On  T20 Future | Watch

ତେବେ ବିଶ୍ୱକପ ବର୍ତ୍ତମାନ ଶେଷ ହୋଇଯାଇଥିବା ବେଳେ ଟି-୨୦ରେ ରୋହିତଙ୍କ କମବ୍ୟାକକୁ ନେଇ ଅପେକ୍ଷା କରି ରହିଛନ୍ତି ଭାରତୀୟ ଫ୍ୟାନ୍ସ । କିନ୍ତୁ ତାଙ୍କର ଏହି ଅପେକ୍ଷା ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିସିସିଆଇର ସୂତ୍ର ଅନୁସାରେ, ୩ଟି ଫର୍ମାଟରେ ନେତୃତ୍ୱ ଚାପରୁ ମୁକ୍ତ ହେବାକୁ ଚାହୁଁଛନ୍ତି ରୋହିତ । ତେଣୁ ସେ କ୍ରିକେଟର ଗୋଟିଏ ଫର୍ମାଟରୁ ଦୂରେଇ ଯାଇପାରନ୍ତି । ସେଥିପାଇଁ ଅନୁମାନ କରାଯାଉଛି, ରୋହିତ ହୁଏତ ଟି-୨୦ରୁ ଖୁବଶୀଘ୍ର ବିଦାୟ ଘୋଷଣା କରିପାରନ୍ତି ।

Get real time updates directly on you device, subscribe now.