fbpx
BJD SKY
BJD SKY

( Video) ଠେଙ୍ଗାକୁ ଡରିଲା ବନ୍ଧୁକ! ଗୁଳି ଚଳାଇବାକୁ ଆସିଥିଲେ ଦୁର୍ବୃତ୍ତ, ବାଡ଼ି ଦେଖି ଦୌଡ଼ିଲେ

BJD

ହରିୟାଣା: ବନ୍ଧୁକଧାରୀଙ୍କ ବନ୍ଧୁକ ଉପରେ ଭାରି ପଡ଼ିଛି ଲାଠି ପାହାରର ଭୟ । ହରିୟାଣାର ଭିବାନୀ ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ବନ୍ଧୁକଧାରୀ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସେଠାରେ ଥିବା ଜଣେ ମହିଳା ଉକ୍ତ ବନ୍ଧୁକଧାରୀଙ୍କୁ ବାଡ଼ି ଧରି ଗୋଡ଼ାଇଥିଲେ। ଫଳରେ ଦୁର୍ବୃତ୍ତମାନେ ଗଟଣାସ୍ଥଳ ଛାଡ଼ି ପଳାଇଥିଲେ । ତେବେ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ହରିୟାଣାର ଭିବାନୀ ଜିଲ୍ଲା ଅନ୍ତର୍ଗତ ଡାବର କଲୋନୀରେ ଜଣେ ବ୍ୟକ୍ତିଙ୍କୁ ଘର ବାହାରେ ଠିଆ ହୋଇଥିବା ସମୟରେ ୪ ଜଣ ଦୁର୍ବୃତ୍ତ ୨ ଟି ବାଇକ ଯୋଗେ ଆସି ହଠାତ ଗୁଳି ଚଳାଇଥିଲେ । ତେବେ ବ୍ୟକ୍ତିଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଘର ଭିତରକୁ ଦୌଡ଼ିଯାଇଥିଲେ । ତେବେ ଗୁଳି ଫୁଟିବା ଶବ୍ଦ ଶୁଣି ବ୍ୟକ୍ତିଙ୍କ ପଡ଼ୋଶୀ ମହିଳା ହଠାତ ଘର ଭିତରୁ ଏକ ଲାଠି ଧରି ବାହାରି ଆସିଥିଲେ । ତେବେ ମହିଳାଙ୍କୁ ବାଡ଼ି ଧରି ଆସିବା ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିବା ଦେଖିବାକୁ ମିଳିଛି ।

ତେବେ ବ୍ୟକ୍ତିଜଣଙ୍କୁ ୩ଟି ଗୁଳି ବାଜିଥିବା ସୂଚନା ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ବ୍ୟକ୍ତିଙ୍କ ଘରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ଏହି ଆକ୍ରମଣର ଭିଡିଓ କଏଦ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ସାହସକୁ ଲୋକେ ବେଶ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.