fbpx

ଆବଶ୍ୟକରୁ ଅଧିକ ଆଳୁ ଖାଇଲେ ହୋଇଥାଏ ଏଭଳି ସମସ୍ୟା: ଶରୀର ପାଇଁ କ୍ଷତିକାରକ ଏହି ଖାଦ୍ୟ

ଓଡ଼ିଶା ଭାସ୍କର: ଅମେ ଖାଉଥିବା ଖାଦ୍ୟରେ ଆଳୁ ହେଉଛି ମୁଖ୍ୟ ଖାଦ୍ୟ । ସାଧାରଣତଃ ସମସ୍ତ ପନିପରିବା ଭିତରେ ଆଳୁ ଏପରି ଏକ ପରିବା ଯାହା ବିନା କୌଣସି ତରକାରୀ ତିଆରି କରାଯାଇ ପାରିବ ନାହିଁ । ଅଧିକାଂଶ ଖାଦ୍ୟରେ ଆଳୁ ପଡ଼ିଲେ ହିଁ ଏହାରସ୍ୱାଦ ବଢିଥାଏ । ଆଳୁ ବ୍ୟବହାର ନକରି କୌଣସି ଖାଦ୍ୟ ସୁସ୍ୱାଦୁ ବନାଇବା ପ୍ରାୟତଃ ଅସମ୍ଭବ ବୋଲି କୁହାଯାଇ ପାରେ । ତେବେ ଅନେକ ଲୋକ ଅଧିକ ପରିମାଣରେ ଲୋକେ ଆଳୁ ଖାଇବାକୁ ପସନ୍ଦ କରନ୍ତି । ତେବେ ଏହି ଆଳୁ ଖାଦ୍ୟକୁ ଯେତେ ସ୍ୱାଦିଷ୍ଟ କରେ, ଏହା ଅନେକ ସମୟରେ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । ଅତ୍ୟଧିକ ଆଳୁ ଖାଇବା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିପାରେ ।

କହିବାକୁ ଗଲେ, ରୋଷେଇଘରେ ଆଳୁ ହେଉଛି ସମସ୍ତ ପନିପରିବା ମଧ୍ୟରେ ରାଜା । ସମସ୍ତ ତରକାରୀ ଜାତୀୟ ଖାଦ୍ୟରେ ଆଳୁକୁ ବ୍ୟବହାର କରିବା ସ୍ୱାଭାବିକ । କିନ୍ତୁ ଡାଇବେଟିସ୍ ରୋଗୀଙ୍କ ପାଇଁ ଆଳୁ ଖାଇବା ବିପଦଜନକ ହୋଇପାରେ । ସେହିପରି କୌଣସି ଜିନିଷର ଅତ୍ୟଧିକ ବ୍ୟବହାର ମଧ୍ୟ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ । ତେଣୁ ଆଳୁକୁ ଆମ ଦୈନନ୍ଦିନ ଭୋଜନର ପରିଷରଭୁକ୍ତ କରିବା ଦ୍ୱାରା ଏହା ଆମକୁ ହାନି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ଆଳୁ ଖାଇବା ଦ୍ୱାରା କଣ ହୋଇଥାଏ ।

  • ଅଧିକ ପରିମାଣରେ ଆଳୁ ଖାଇବା ଦ୍ୱାରା ଆମ ଶରୀରରେ ପେଟ ଏବଂ ଅଣ୍ଟାରେ ଚର୍ବି ବଢିଥାଏ । ଯାହା ଆମ ଶରୀରର ଓଜନ ମଧ୍ୟ ବୃଦ୍ଧି କରିଥାଏ । ସାଧାରଣତଃ ଡାଏଟ କରୁଥିବା ବ୍ୟକ୍ତିବିଶେଷଙ୍କ ଖାଦ୍ୟରେ ଏହା ଅଳ୍ପ ପରିମାଣରେ ସାମିଲ ରହିବା ଆବଶ୍ୟକ ।
  • ସେହିପରି ଅତ୍ୟଧିକ ଆଳୁ ଖାଇବା ହେତୁ ଶରୀରରେ ଆଲର୍ଜିର ଛାପ ଦେଖାଯାଏ । ତେଣୁ ଏହାକୁ ଯଥେଷ୍ଟ କମ୍ ବ୍ୟବହର କରିବା ଉଚିତ । ଯାହା ଫଳରେ ଶରୀରରେ ଏଭଳି ସମସ୍ୟା କମ୍ ହୋଇପାରିବ ।
  • ଆମେ ଜାଣିଛୁ ଆଳୁର ସ୍ୱାଦ ସଭିଙ୍କୁ ଭଲ ଲାଗିଥାଏ । ମାତ୍ର ଏହାକୁ ଅଧିକ ଖାଇବା ଅନୁଚିତ । କାରଣ ଆଳୁରେ ଭରପୁର ମାତ୍ରାରେ କାର୍ବନହାଇଡ୍ରେଟ୍ ରହିଥାଏ । ଯାହା ଆମ ଶରୀରରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଅଧିକ କରିଥାଏ ।
  • ଏହାବ୍ୟତୀତ ଅଧିକ ଆଳୁ ଖାଇବା ଦ୍ୱାରା ଶରୀରରେ ସୁଗାର ପରିମାଣ ବୃଦ୍ଧି ପାଇଥାଏ । ଯାହା ଫଳରେ ଡାଇବେଟିସ ହେବାର ସମ୍ଭାବନା ରହିଥାଏ । ତେଣୁ ଏସବୁ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ଆଳୁ ଖାଇବାର ପରିମାଣକୁ ମଧ୍ୟ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.