fbpx

‘ମିଚୋଙ୍ଗ୍‌’ ପାଇଁ ହାଇ ଆଲର୍ଟ ଜାରି, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ଧିରେ ଧିରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ଅବପାତ ଭୟଙ୍କର ବାତ୍ୟା ‘ମିଚୋଙ୍ଗ୍‌’ରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉତ୍ତର ତାମିଲନାଡ଼ୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ସୋମବାର ଏହି ବାତ୍ୟା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ତାମିଲନାଡ଼ୁ ଦେଇ ଗତି କରିବ ।

ଡିସେମ୍ବର ୫ରେ ଆନ୍ଧ୍ର ଉପକୂଳର ନେଲ୍ଲୋର ଏବଂ ମଛଲିପଟ୍ଟନମ୍ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦-୯୦ କିମି ରହିବ ଯାହା ୧୦୦ କିମି ବି ଛୁଇଁପାରେ । ଏଥିପାଇଁ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଚେନ୍ନାଇ ଏବଂ ପୁଡୁଚେରୀର ଉପକୂଳବର୍ତ୍ତି ଅଞ୍ଚଳ ପାଇଁ ପାଣପାଗ ବିଭାଗ ଦ୍ୱାରା ସତର୍କତା ଜାରି କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଡ଼ୁଚେରୀ, ତାମିଲନାଡ଼ୁ, ଆନ୍ଧ୍ରପ୍ରାଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ଯାଉଥିବା ଟ୍ରେନ୍ ଗୁଡ଼ିକ ବାତିଲ କରାଯାଇଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଂଚଳରେ ଏନ୍‌ଡିଆର୍‌ଏଫ୍ ଦଳ ମୁତୟନ କରାଯାଇଛି । ତେବେ ୬ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.