fbpx

ବିନା କଲ, ଲିଙ୍କ ଓ OTPରେ କମ୍ପାନୀ ଆକାଉଣ୍ଟରୁ କଟିଗଲା ୧୮ ଲକ୍ଷ: ସାଇବର ଫ୍ରଡଙ୍କ ନୂଆ ଟେକନିକ୍

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଯେତେ ପ୍ରକାରର ପଦକ୍ଷେପ ଗ୍ରହଣ କରାଗଲେ ମଧ୍ୟ ସାଇବର ଫ୍ରଡ ଉପରେ ରୋକ ଲାଗି ପାରୁନାହିଁ । ଏହା ମଧ୍ୟରେ ଏକ ନୂଆ ପ୍ରକାରର ସାଇବର ଠକାମି ମାମଲା ସାମ୍ନାକୁ ଆସିଛି । ବିନା କଲ, ବିନା ଲିଙ୍କ ଓ ବିନା ଓଟିପିରେ ଠକମାନେ ଏକ କମ୍ପାନୀର ବ୍ୟାଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏଥିପାଇଁ ସାଇବର ଠକମାନେ ‘ସିମ ସ୍ୱାପ ଟେକନିକ’ର ଉପଯୋଗ କରିଥିବା କୁହାଯାଉଛି ।

ସୂଚନା ମୁତାବକ, ସାଇବର ଠକମାନେ ଏହି ନୂଆ ଟେକନିକକୁ ବ୍ୟବହାର କରି ପ୍ରଥମେ ଅସଲି ସିମ କାର୍ଡକୁ ଡିଆକ୍ଟିଭେଟ କରିଥିଲେ ଓ ପରେ ‘ଓଟିପିକୁ ଆକ୍ସେସ କରିଥିଲେ । ଏପରି ଭାବେ ଠକମାନେ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ୧୮.୭୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ନବୀ ମୁମ୍ବାଇ ପୋଲିସ ପକ୍ଷରୁ ଏହି ସାଇବର ସ୍କାମର ନୂଆ କେସ ବିଷୟରେ ଖୁଲାସା କରାଯାଇଛି । ହାକର୍ସ ୱେବସାଇଟରେ କର୍ପୋରେଟ ଲଗ୍ ଇନ୍ କରିଥିଲେ ଓ ଶେଷରେ ଏହି ଅର୍ଥ ଲୁଟି ନେଇଥିଲେ । ଏହାପରେ କମ୍ପାନୀ ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା ।

ପ୍ରକୃତରେ ଏହା ଏକ ସିମ୍ ସ୍ୱାପ ମାମଲ ଅଟେ । ଏଥିରେ ସ୍କାମର୍ସ କୌଣସି ଟ୍ରାକ ବ୍ୟବହାର କରି କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବରକୁ ଟାର୍ଗେଟ କରିଥିଲେ । ଏହାପରେ ସେହି ନମ୍ବରକୁ ଆସୁଥିବା ଓଟିପିକୁ ଆକ୍ସେସ କରିନେଇଥିଲେ । ଏହାପରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଅସଲି ନମ୍ବର ରହିଥିଲା ତାଙ୍କର ସିମ କାର୍ଡ ଡିଆକ୍ଟିଭେଟ ହୋଇଯାଇଥିବା ନେଇ ଏକ ମେସେଜ୍ ଆସିଥିଲା । ମାତ୍ର ସେ ଉକ୍ତ ମେସେଜକୁ ଦେଖି ପାରିନଥିଲେ । ଏହାପରେ ସ୍କାମର୍ସ ନିଜର ଫୋନରେ ସିମ ଆକ୍ଟିଭେଟ କରିଥିଲେ ଓ ବ୍ୟାଙ୍କ ଆକାଉଣ୍ଟର ଓଟିପି ଆକ୍ସେସ କରିନେଇଥିଲେ । ଠକ ବ୍ୟକ୍ତି ନିଜର ବ୍ୟାଙ୍କ ଡିଟେଲ୍ସ, ଚେକବୁକ, ଏଟିଏମ ପିନ ଓ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଅନ୍ୟ ଜଣଙ୍କ ସହିତ ସହିତ ଶେୟାର କରିଥିବା ପୋଲିସ ଯାଞ୍ଚରୁ ଜାଣିପାରିଥିଲା । ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ଲୋକେସନ ଟ୍ରାକ କରି ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.