ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆସନ୍ତା ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ସମସ୍ତ ଦଳ ପାଖରେ ମୋଟ ୭୭ ଜଣ ଖେଳାଳିଙ୍କ ପାଇଁ ସ୍ଥାନ ବାକି ରହିଛି । କିନ୍ତୁ ଅକ୍ସନରେ ୩୩୩ ଜଣ ଖେଳାଳିଙ୍କ ନାମ ଚୟନ ହୋଇଛି । ଏଥିମଧ୍ୟରୁ ୨୧୪ ଜଣ ଭାରତୀୟ ଖେଳାଳି ରହିତିବା ବେଳେ ୧୧୯ ଜଣ ବିଦେଶୀ ଖେଳାଳି ରେଜିଷ୍ଟର କରିଛନ୍ତି । ଆସନ୍ତା ଆଇପିଏଲ ସିଜନ ପାଇଁ ଏହି ୩୩୩ ଜଣଙ୍କ ମଧ୍ୟରୁ ମାତ୍ର ୭୭ ଜଣ ଖେଳାଳିଙ୍କୁ ଆଇପିଏଲ-୨୦୨୪ରେ ଖେଳିବାର ସୁଯୋଗ ମିଳିପାରିବ ।
ଚଳିତଥର ୨ଟି ଆସୋସିଏଟ ଦେଶର ଖେଳାଳିଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ମୋଟ ୩୩୩ ଖେଳାଳିଙ୍କ ମଧ୍ୟରୁର ୧୧୧ ଆନ୍ତର୍ଜାତୀୟ ଖେଳାଳି ରହିଥିବା ବେଳେ ୨୧୫ ଜଣ ଅନ୍ କ୍ୟାପ୍ଡ ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ତେବେ ଆସନ୍ତା ୧୯ ତାରିଖରେ ଏହି ଖେଳାଳିମାନଙ୍କର ଭାଗ୍ୟ ପରୀକ୍ଷା କରାଯିବ । କିନ୍ତୁ ୩୩୩ ଜଣଙ୍କ ମଧ୍ୟରୁ ମାତ୍ର ୭୭ ଜଣ ଖେଳାଳିଙ୍କୁ ଆଇପିଏଲ-୨୦୨୪ର ଟିକେଟ ମିଳିପାରିବ ।
🚨 NEWS 🚨
IPL 2024 Player Auction list announced.
The roster for the Indian Premier League (IPL) 2024 Player Auction has been unveiled. The auction is set to take place in Dubai at the Coca-Cola Arena on December 19th, 2023.
𝗔𝗹𝗹 𝗧𝗵𝗲 𝗗𝗲𝘁𝗮𝗶𝗹𝘀 🔽… pic.twitter.com/w26igPZRBH
— IndianPremierLeague (@IPL) December 11, 2023
ନିଲାମରେ ସାମିଲ ଥିବା ଖେଳାଳିଙ୍କ ମଧ୍ୟରୁ ୨୩ ଜଣ ଖେଳାଳି ନିଜ ବେସ୍ ପ୍ରାଇସ ୨ କୋଟି ରଖିଥିବା ବେଳେ ୧.୫ କୋଟି ଟଙ୍କା ବେସ ପ୍ରାଇସରେ ରହିଛନ୍ତି ୧୩ ଜଣ ଖେଳାଳି । କିଛି ଦିନ ତଳେ ସମସ୍ତ ଦଳ ନିଜ ନିଜର ଖେଳାଳିଙ୍କ ରିଟେନ୍ ଲିଷ୍ଟ ଏବଂ ରିଲିଜ ଲିଷ୍ଟ ଜାରି କରି ସାରିଛନ୍ତି । ଏଥିରେ ବେନ୍ ଷ୍ଟୋକ୍ସଙ୍କ ଭଳି ଅନେକ ଖେଳାଳିଙ୍କୁ ରିଲିଜ କରିଛନ୍ତି ଆଇପିଏଲ ଟିମ୍ ।