fbpx
BSKY
BJD YOUTH SKY
BJD MS SKY

୩୬ ହଜାର ପୋଷ୍ଟକୁ ବ୍ଲକ କରିଦେଲେ ସରକାର, ଏହି ୱେବସାଇଟରୁ ହଟାଇଲେ ସବୁଠାରୁ ଅଧିକ କଣ୍ଟେଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ସରକାର ହଜାର ହଜାର ପୋଷ୍ଟକୁ ବ୍ଲକ କରିଦେଇଛନ୍ତି । ଯେଉଁଥିରେ ଭିନ୍ନ-ଭିନ୍ନ ପ୍ଲାଟର୍ମର ପୋଷ୍ଟ ଅନ୍ତର୍ଭୁକ୍ତ ଅଛି । ଏଥିରେ ସବୁଠାରୁ ଅଧିକ ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ସହ ସଂଯୁକ୍ତ ଅଛି । ଏହି ପୋଷ୍ଟକୁ ହଟାଇବା ପାଇଁ ଅଦେଶ ସରକାରଙ୍କ ପକ୍ଷରୁ ଦିଆଯାଇଛି । ଏହି ସୂଚନା ଜଣେ ନେତା ସାଂସଦରେ ଦେଇଛନ୍ତି ।

ମିନିଷ୍ଟ୍ରୀ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନର୍ଫମେସନ ଟେକ୍ନୋଲୋଜୀ ପକ୍ଷରୁ ସୋସିଆଲ ମିଡିଆ କମ୍ପାନୀଙ୍କୁ ୩୬ ହଜାର ୮୩୮ ୟୁଆରଏଲ ବ୍ଲକ କରିବାର ଆଦେଶ ଦିଆଯାଇଛି । ଏହି ପୋଷ୍ଟ ୨୦୧୮ରୁ ନେଇ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବନ୍ଦ କରିବାକୁ କୁହାଯାଇଛି । ଆଇଟି ମିନିଷ୍ଟର ରାଜୀବ ଚନ୍ଦ୍ରଶେଖର ଏହି ଡାଟା ସଂସଦରେ ଦେଇଛନ୍ତି ।

କେରଳକୁ ପ୍ରତିନିଧି କରୁଥିବା ରାଜ୍ୟସଭା ସାଂସଦ ବ୍ରିଟାସଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତରରେ ଏହି ସୂଚନା ଦେଇଛନ୍ତି । ଅଧିକ ପୋଷ୍ଟ ଏବଂ ୟୁଆରଏଲକୁ ୨୦୨୦ରେ ହଟାଯାଇଥିଲା, ଯେଉଁ ସମୟରେ କୋଭିଡ ମହାମାରୀ ବ୍ୟାପିଥିଲା । ଏହି ସଂଖ୍ୟା ୯,୮୪୯ ପୋଷ୍ଟ କରିଥିଲା । ବ୍ରିଟାସ ସରକାରଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଏବଂ ଏହାପରେ ତିଆରି ହୋଇଥିବା ନିୟମ ଜରିଆରେ ଗତ ୫ବର୍ଷର ଡିଜିଟାଲ ମିଡିଆକୁ ଜାରି କରାଯାଇଥିବା ଅର୍ଡରର ସଂଖ୍ୟା ଏବଂ ଡିଟେଲ୍ସ ମଗାଯାଇଥିଲା । ଏଥିରେ ଅନେକ କଣ୍ଟେଣ୍ଟ, ସୂଚନା ଡାଟା ବା ଲିଙ୍କକୁ ହଟାଇବାର ଡିଟେଲ୍ସ ସେୟାର କରାଯାଇଥିଲା । ଏଥିରେ ଫେସବୁକ ଏବଂ ଏକ୍ସ ମଧ୍ୟ ସାମିଲ ରହିଛି ।

Get real time updates directly on you device, subscribe now.