ପିଲାଦିନେ ଆମେ ଯେତେବେଳେ ଟିଭି ଦେଖୁଥିଲୁ ସେତେବେଳେ ଟିଭିରେ କୌଣସି ରୋମାଣ୍ଟିକ ସିନ୍ ଆସିଗଲେ ଆମକୁ ଖରାପ ଲାଗୁଥିଲା ଓ ଆମେ ବାହାନା କରି ସେଠାରୁ ଉଠି ପଳାଇ ଯାଉଥିଲୁ । ଯେତେବେଳେ ଆମେ ଏକାକୀ ଏପରି କିଛି ସିନ୍ ଦେଖୁଥିଲୁ ସେତେବେଳେ ବି ବାପା ମା’ଙ୍କ ଭୟ ରହୁଥିଲା । ଯଦି ଆମେ ବାପା ମା’ଙ୍କ ହାତରେ ଧରା ପଡୁଥିଲୁ ତେବେ ବହୁତ ମାଡ ଖାଉଥିଲୁ ।
ଏବେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଯୁବତୀ ଟିଭିରେ କୌଣସି ରୋମାଣ୍ଟିକ ସିନ୍ ଦେଖୁଥିଲେ । ଏହି ସମୟରେ ତାଙ୍କ ମା’ ସେହି ରୁମ୍ରେ ଅଚାନକ ପ୍ରବେଶ କରିବାରୁ ଯୁବତୀ ଭୟରେ ଏପରି କିଛି କରିଛନ୍ତି ଯାହାର କଳ୍ପନା ସେ କି ତାଙ୍କ ପରିବାର ଲୋକ କେବେ ବି କରି ନ ଥିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।
View this post on Instagram
ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବତୀ ଟିଭିରେ ରୋମାଣ୍ଟିକ ସିନ୍ ଦେଖୁଛନ୍ତି । ଯୁବତୀଙ୍କ ଭାଇ ଦ୍ୱାର ପାଖରେ ଛିଡା ହୋଇ ପହରା ଦେଉଛନ୍ତି । ଏହି ସମୟରେ ଅନ୍ୟ ଏକ ରୁମ୍ରୁ ସେମାନଙ୍କ ମା’ ଚାଲି ଆସୁଛନ୍ତି । ମା’କୁୁ ଆସୁଥିବାର ଦେଖି ପୁଅଟି ଭଉଣୀକୁ ସତର୍କ କରାଇ ଦେଉଛି । ଏହାପରେ ଯୁବତୀ ଫଟାଫଟ୍ ଚ୍ୟାନେଲ ବଦଳାଇବାକୁ ଲାଗିଥିଲେ ବି ରିମୋଟ୍ କାମ କରୁନାହିଁ । ଯୁବତୀ ଭୟ ପାଇ ଯାଉଛନ୍ତି ଓ ରିମୋଟକୁ ଟିଭି ଉପରକୁ ଭୀଷଣ ଜୋରରେ ଫିଙ୍ଗି ଦେଉଛନ୍ତି । ଏହି କାରଣୁ ଟିଭିର କାଚ ଫାଟିଯାଇଥିବାର ଦେଖିବାକୁ ମିଳୁଛି । ଏହା ଦେଖି ଯୁବତୀଙ୍କ ମା’ ବି ଚକିତ ହୋଇଯାଇଛନ୍ତି ।
ଭିଡିଓଟିକୁ ଇନଷ୍ଟାଗ୍ରାମରେ Kushagar Konark ନାମକ ୟୁଜର ସେୟାର କରିଛନ୍ତି । ଲୋକମାନେ ଏହି ଭିଡିଓଟିକୁ ଖୁବ୍ ପସନ୍ଦ କରିଛନ୍ତି । ଭିଡିଓଟିକୁ ଏ ପର୍ଯ୍ୟନ୍ତ ୫ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି ।