fbpx

(video)ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’ ସମୟରେ ଆସିଲା ଏକ ଆମ୍ବୁଲାନ୍ସ, ତା’ପରେ ଯାହା ହେଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ପହଞ୍ଚି ସାରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ସମୟରେ ଏକ କମାଲ ଦୃଶ୍ୟ ଦେଖିବାକୁ ମିଳିଥିଲା । ସାଧାରଣତଃ ଆମ ଦେଶରେ ଯେତେବେଳେ ଆମ୍ବୁଲାନ୍ସ ଯାଇଥାଏ ସେତେବେଳେ ତାକୁ ବି ସହଜରେ ରାସ୍ତା ମିଳି ନ ଥାଏ । ଆମ୍ବୁଲାନ୍ସକୁ ବି ଭିଡ ଓ ଟ୍ରାଫିକ୍ ଜାମ୍‌ର ଶିକାର ହେବାକୁ ପଡିଥାଏ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’ ସମୟରେ ଏପରି ଘଟଣା ଦେଖିବାକୁ ମିଳିନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ଏବେ ଦୁଇ ଦିବସୀୟ ବାରଣାସୀ ଗସ୍ତରେ ଅଛନ୍ତି । ଏହି ସମୟରେ ଯେତେବେଳେ ସେଠାରେ ତାଙ୍କର ରୋଡ୍ ଶୋ’ ଚାଲିଥିଲା ସେତେବେଳେ ଏକ ଆମ୍ବୁଲାନ୍ସ ସେହି ବାଟ ଦେଇ ଆସୁଥିଲା । ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ତାଙ୍କ ରୋଡ୍ ଶୋ’କୁ ଅଟକାଇ ଦେଇଥିଲେ । ଏହାଫଳରେ ଆମ୍ବୁଲାନ୍ସଟି ସୁରୁଖୁରୁରେ ଯାଇ ପାରିଥିଲା । ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.