fbpx

ଚା’ ତିଆରି କରିବା ସମୟରେ କରନ୍ତୁନି ଏପରିି ଭୁଲ୍‌, ଅନ୍ୟଥା ପାଲଟିଯିବ ଜହର

ଶୀତଦିନେ ଚା’ କପ୍‌ର ମଜା ସମସ୍ତେ ନିଶ୍ଚୟ ପାଇଥିବେ । କିନ୍ତୁ ଯଦି ଏହାକୁ ଠିକ୍ ଭାବରେ ତିଆରି କରାଯାଏ ତେବେ ଏହା ଆପଣଙ୍କ ଲାଗି ଥଣ୍ଡାରେ ମେଡିସିନ୍ ପରି କାମ କରିଥାଏ । ଆପଣ ଏବେ ଭାବୁଥିବେ ଚା’ ତିଆରି କରିବା କୋଉ ଏକ ବଡ କାମ ଯେ? ଚା’ ତ ଯେ କେହି ବି ତିଆରି କରିପାରିବ । ଏହା ତ ସତ ଯେ, ଚା’ କେହି ବି ତିଆରି କରିପାରିବ । କିନ୍ତୁ ଏକ ସ୍ୱାସ୍ଥ୍ୟପ୍ରଦ ଚା’ ସମସ୍ତେ ତିଆରି କରିପାରିବେ ନାହିଁ । କିନ୍ତୁ ଚା’ ତିଆରି ସମୟରେ ଆମେ ଏପରି ଛୋଟ ଛୋଟ ଭୁଲ୍ କରିଥାଉ ଯେଉଁ କାରଣରୁ ଆମକୁ ଲାଭ ବଦଳରେ କ୍ଷତିର ସାମ୍ନା କରିବାକୁ ପଡିଥାଏ । ହଁ, ଚା ତିଆରି କରିବା ସମୟରେ ଏଥିରେ ଚା’ ପତି ପକାଇବା, କ୍ଷୀର ମିଶାଇବା ଠାରୁ ଆରମ୍ଭ କରି କେତେ ସମୟ ଚା’ ଫୁଟିବ ଏସବୁ ବିଷୟରେ ଜଣାଥିବା ଉଚିତ । ଅନ୍ୟଥା ଏହି ଚା’ ଆପଣଙ୍କୁ ଲାଭ ବଦଳରେ ବହୁ କ୍ଷତି ପହଞ୍ଚାଇପାରେ ।

ତେବେ ଚା’ ଭିନ୍ନ ଭିନ୍ନ ସ୍ୱାଦର ହୋଇଥାଏ । କାହାକୁ ଅଦା ଚା’ ପସନ୍ଦ ତ ଆଉ କାହାକୁ ଗୁଜରାତି ମିଶା ଚା’ ପସନ୍ଦ । କାହାକୁ ପୁଣି କଡା ଚା’ ପସନ୍ଦ ତ ଆଉ କାହାକୁ ଅଧିକ କ୍ଷୀର ବାଲା ଚା’ ପସନ୍ଦ । କିନ୍ତୁ ଚା’କୁ କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି ତିଆରି କରିବା ଉଚିତ ।
-ପରଫେକ୍ଟ ଚା’ ତିଆରି କରିବା ଲାଗି ପ୍ରଥମେ କ୍ଷୀରକୁ ଏକ ପ୍ୟାନରେ ଢାଳି ଫୁଟାଇ ଦିଅନ୍ତୁ ଓ ଅନ୍ୟ ଏକ ପ୍ୟାନରେ ଗୋଟିଏ କପ୍ ପାଣି ଫୁଟାନ୍ତୁ ।
-ପାଣି ଫୁଟିଗଲା ପରେ ଏଥିରେ ଗୋଟିଏ ଚାମଚ ଚା’ ପତି ପକାଇ ଦିଅନ୍ତୁ । ଏହା ସହିତ ଆପଣଙ୍କ ପସନ୍ଦ ଅନୁସାରେ ଅଦା, ଗୁଜରାତି କିମ୍ବା କୌଣସି ମସଲା ପକାଇପାରିବେ । ଏବେ ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ମିଡିୟମ ଫ୍ଲେମ୍‌ରେ ଫୁଟାନ୍ତୁ ।
-ଏହାପରେ ସେଥିରେ ଅଧା କପ୍‌ରୁ ସାମାନ୍ୟ ଅଧିକ କ୍ଷୀର ଓ ଏକ ଚାମଚ ଚିନି ପକାନ୍ତୁ । ଚା’କୁ ହାଇ ଫ୍ଲେମ୍‌ରେ ୨ କିମ୍ବା ୩ ଫୁଟା ଦିଅନ୍ତୁ ଓ ଗ୍ୟାସ୍ ବନ୍ଦ କରିଦିଅନ୍ତୁ ।

ଏହି ପ୍ରକାରରେ ପ୍ରସ୍ତୁତ ହୋଇଥିବା ଚା’ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ନ ଥାଏ । ଏହା ସହିତ ଚା’ ତିଆରି ସମୟରେ ସମୟର ଧ୍ୟାନ ରଖନ୍ତୁ । ୬ ମିନିଟ୍‌ରୁ ଅଧିକ ସମୟ ଚା’କୁ ଫୁଟାନ୍ତୁ ନାହିଁ ।

Get real time updates directly on you device, subscribe now.