fbpx
BJD
BJD SKY
BJD SKY

ସାର୍ବଜନୀନ ପରିବହନ, ଦେଶର ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକଙ୍କ ଜୀବନ ମାନର ଉନ୍ନତିରେ ସହାୟକ ହୋଇପାରିଛି: ପ୍ରଧାନମନ୍ତ୍ରୀ

BJD

ନୂଆଦିଲ୍ଲୀ: ଦେଶର ଗରିବ ଓ ମଧ୍ୟବିତ୍ତ ପରିବାରଗୁଡ଼ିକୁ ଉନ୍ନତ ଜୀବନ ପ୍ରଦାନ କରିବାରେ ସାର୍ବଜନୀନ ପରିବହନ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ କହିଛନ୍ତି, ବିଗତ ୧୦ ବର୍ଷ ମଧ୍ୟରେ ଆଧୁନିକ, ସାର୍ବଜନୀନ ପରିବହନ ପାଇଁ କେନ୍ଦ୍ର ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ସେଗୁଡ଼ିକ ଉଲ୍ଲେଖଯୋଗ୍ୟ । ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିବା ଅବସରରେ ସେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ୧୫ଟି ନୂଆ ସହରକୁ ମେଟ୍ରୋ ଟ୍ରେନ୍‍ ସୁବିଧା ମିଳିପାରିଛି । ଆହୁରି ୧୨ଟି ସହରରେ ମେଟ୍ରୋ ଟ୍ରେନ୍‍ ବ୍ୟବସ୍ଥା କରିବା ପାଇଁ କାମ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଶ୍ରୀ ମୋଦୀ କହିଛନ୍ତି, ପିଏମ୍‍ ବସ୍‍ ସେବ ଅଭିଯାନରେ ଅନେକ ଦେଶର ପ୍ରମୁଖ ସହରଗୁଡ଼ିକରେ ଇଲେଟ୍ରିକ୍‍ ବସ୍‍ ଚଳାଚଳ କରାଯାଇଛି । ଦିଲ୍ଲୀ ସହରରେ ବର୍ତ୍ତମାନ କେନ୍ଦ୍ର ସରକାର ୧ ହଜାର ୩ଶହରୁ ଅଧିକ ଇଲେକ୍‍ଟ୍ରିକ୍‍ ବସ୍‍ ଚଳାଚଳ କରୁଛି ।

ସହରବାସୀଙ୍କ ସାମାଜିକ ସୁରକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇ କହିଥିଲେ, ଅଟଳ ପେନ୍‍ସନ୍‍ ଯୋଜନାରେ ୬ କୋଟି ଗ୍ରାହକ ୬୦ ବର୍ଷ ବୟସ ପରେ ମାସିକ ୫ ହଜାର ଟଙ୍କା ସୁନିଶ୍ଚିତ କରିବେ । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଏବଂ ଜୀବନଜ୍ୟୋତି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନବୀମା ପ୍ରଦାନ କରାଯାଇଛି । ଏହି ଯୋଜନାରେ ୧୭ ହଜାର କୋଟି ଟଙ୍କାର ବୀମାରାଶି ହିତାଧିକାରୀଙ୍କୁ ପୈଠ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ସମ୍ବୋଧନରେ କହିଥିଲେ ।

ଜନଔଷଧି କେନ୍ଦ୍ରଗୁଡ଼ିକ ବିଷୟରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଏହି ସବୁ ଔଷଧକେନ୍ଦ୍ରଗୁଡ଼ିକରେ ୮୦ ପ୍ରତିଶତ ରିଆତିରେ ଔଷଧ ଉପଲବ୍ଧ ହେଉଛି । ଯାହାଦ୍ୱାରା ସହରରେ ରହୁଥିବା ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ପାଇଁ ୨୫ ହଜାର କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇପାରିଛି । ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାରକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଉଭୟ ଯୁବକ ଓ ମହିଳାଙ୍କୁ ସଶକ୍ତ କରିବା ପାଇଁ ସହରଗୁଡ଼ିକ ଏକ ଉତ୍ତମ ମାଧ୍ୟମ ଏବଂ ‘ମୋଦୀ କୀ ଗ୍ୟାରେଣ୍ଟି’ ଯାନ ଉଭୟ ଯୁବଶକ୍ତି ଉଭୟ ଯୁବକ ଓ ମହିଳାଙ୍କୁ ସଶକ୍ତ କରୁଛି । ବିକଶିତ ଭାରତ ସଂକଳ୍ପ ଯାତ୍ରାରୁ ସର୍ବାଧିକ ଲାଭ ଉଠାଇ ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ଦିଗରେ ସଂକଳ୍ପ ନେବାପାଇଁ ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠିଙ୍କୁ ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.