fbpx

ଅମିନ, ବୈଷୟିକ ସହାୟକ ପ୍ରିଲିମିନାରୀ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ OSSC ଜାରି କଲା ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅମିନ, ବୈଷୟିକ ସହାୟକ, ବୁଣାକାର ସୁପରଭାଇଜର ଓ ମୃତ୍ତିକା ସମ୍ପ୍ରସାରଣ କର୍ମଚାରୀ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ ପଦ ପାଇଁ ପୂର୍ବରୁ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଏସଏସଏସସି) ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଥିବା ବେଳେ ଗତ ସପ୍ତାହରେ ଆଡମିଟ୍ କାର୍ଡ ଡାଉନଲୋଡ୍ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା ।

ତେବେ ଆଜି ଏହି ସମସ୍ତ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ନିଯୁକ୍ତି ପରୀକ୍ଷା ୨୦୨୩କୁ ନେଇ ଓଏସଏସସି ପକ୍ଷରୁ ଏକ ବଡ଼ ଅପଡେଟ୍ ଆସିଛି । ପ୍ରିଲିମିନାରୀ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କର ସେଟ-ଏ’ର ପ୍ରଶ୍ନ-୨୬ ଓ ସେଟ-ବି’ର ପ୍ରଶ୍ନ ୧୩୧ରୁ ୧୩୫ ପର୍ଯ୍ୟନ୍ତ ପ୍ରଶ୍ନରେ ତ୍ରୁଟି ଦେଖିବାକୁ ମିଳିଥିଲା । ତେଣୁ ନିରପେକ୍ଷ ମୂଲ୍ୟାଙ୍କନ ପାଇଁ ନିଶ୍ଚିତ କରିବା ପାଇଁ ଉକ୍ତ ପ୍ରଶ୍ନକୁ ସଂଶୋଧନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଓଏସଏସସି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ବୁଣାକାର ସୁପରଭାଇଜର, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ, ବୈଷୟିକ ସହାୟକ ଓ ଅମିନ ପଦରେ ନିଯୁକ୍ତି ଦିଆଯିବ । ସେଥିପାଇଁ ଜୁନ ମାସ ୨୬ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ମାସ ୨୪ରେ ସମାପ୍ତ ହୋଇଥିଲା । ପ୍ରିଲିମିନାରୀ ପରୀକ୍ଷାରେ ପ୍ରାର୍ଥୀମାନେ ମୋଟ ୧୫୦ ମାର୍କର ପରୀକ୍ଷା ୨ ଘଣ୍ଟାରେ ଦେଇଥିଲେ । ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିଥିଲା । ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୦.୨୫ ନେଗେଟିଭ୍ ମାର୍କିଂ ରହିଛି ।

Get real time updates directly on you device, subscribe now.