fbpx
BSKY SKY
BSKY SKY

ପ୍ରଥମ ଦିନିକିଆରେ ୮ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ: ରୋହିତ-ବିରାଟଙ୍କ ଅନୁପସ୍ଥିତିରେ ବିଦେଶରେ ଦମ୍ ଦେଖାଇଲା ଭାରତ

BSKY

ନୂଆଦିଲ୍ଲୀ: ଟି-୨୦ ସିରିଜକୁ ୧-୧ରେ ବରାବର ରଖିବା ପରେ ଟିମ୍ ଇଣ୍ଡିଆ ତା’ର ଦିନିକିଆ ସିରିଜ ଅଭିଯାନ ବିଜୟରୁ ଆରମ୍ଭ କରିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ସିନିୟର ଖେଳାଳି ଦଳରେ ନଥିଲେ ବି ବିଦେଶ ମାଟିରେ ଭାରତୀୟ ଯୁବ ବାହିନୀ କମାଲ କରିଛନ୍ତି । ପ୍ରଥମ ଦିନିକିଆରେ ଘରୋଇ ଦଳକୁ ୮ ୱିକେଟରେ ପରାସ୍ତ କରିଛି ଭାରତ । ଉଭୟ ବୋଲିଂ ଓ ବ୍ୟାଟିରେ ଭାରତ ଦକ୍ଷିଣ ଆଫ୍ରିକା ଅପେକ୍ଷା ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା ।

ପ୍ରଥମ ମ୍ୟାଚରେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ମାତ୍ର ୩ ରନରେ ପ୍ରଥମ ୱିକେଟ ହରାଇଥିଲା । ଓପନର ରେଜା ହେଣ୍ଡ୍ରିକ୍ସ ଖାତା ଖୋଲିବା ପୂର୍ବରୁ ଅର୍ଶଦୀପ ସିଂହଙ୍କ ପ୍ରଥମ ଶିକାର ହୋଇଥିଲେ । ଏହାପରେ ଅର୍ଶଦୀପ ଅନ୍ୟ ଓପନର ଟୋନି ଦେ’ ଜୋର୍ଜି (୨୮) ଓ ଭାନ ଡିର ଦୁସେନ (୦)ଙ୍କୁ ପାଲିଭିୟନ ପଠାଇ ଭାରତକୁ ତୃତୀୟ ସଫଳତା ଦେଇଥିଲେ । ଏହାପରେ କୌଣସି ଘରୋଇ ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଣ୍ଡିଲେ ଫେହଲୁକ୍ୱାୟୋ ସର୍ବାଧିକ ୩୩ ରନ୍ କରିଥିବା ବେଳେ ସେ ମଧ୍ୟ ଅର୍ଶଦୀପଙ୍କ ଶିକାର ହୋଇଥିଲେ । ଅର୍ଶଦୀପଙ୍କ ପରି ଆଭେଶ ଖାନ ମଧ୍ୟ କମାଲ୍ କରିବା ସହିତ ୪ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ରନ୍ ଗତିରେ ରୋକ ଲଗାଇବାରେ ସକ୍ଷମ ହୋଇଥିଲେ । ଦଳର ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅର୍ଶଦୀପ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ଆଭେଶ ୪ଟି ଓ କୁଲଦୀପ ଯାଦବ ୧ଟି ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକାର ଟାର୍ଗେଟକୁ ଭାର ମାତ୍ର ୨ ୱିକେଟ ହରାଇ ୧୬.୪ ଓଭରରେ ପୂରଣ କରିଥିଲା । ଶ୍ରେୟସ ଆୟର ୫୨ ରନ କରିଥିବା ବେଳେ ଆଜି ଡେବ୍ୟୁ କରିଥିବା ଓପନର ସାଇ ସୁଦର୍ଶନ ୫୫ ରନରେ ଅପରାଜିତ ରହି ଦଳକୁ ଜିତାଇଥିଲେ ।

Get real time updates directly on you device, subscribe now.