fbpx

CSIR-CASE ପକ୍ଷରୁ ବିଜ୍ଞପ୍ତି: ଓଡ଼ିଶାରେ ହେବ ପରୀକ୍ଷା, ASO ଏବଂ SO ପଦରେ ଦିଆଯିବ ନିଯୁକ୍ତି

ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଏବଂ ସେକ୍ସନ ଅଫିସର (ଏସଓ) ପଦରେ ନିଯୁକ୍ତି ଦିଆଯିବ । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ଏହି ପରୀକ୍ଷା ହେବ । ତେଣୁ ପ୍ରାର୍ଥୀମାନେ ପରୀକ୍ଷା ଦେବା ପାଇଁ ଆଉ ରାଜ୍ୟ ବାହାରକୁ ଯିବା ପାଇଁ ପଡ଼ିବନି ।

ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)- ମିଳିତ ପ୍ରଶାସନିକ ସେବା ପରୀକ୍ଷା (କେସ) ପକ୍ଷରୁ ଏହି ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଏଏସଓ ପାଇଁ ୩୬୮ଟି ଓ ଏସଓ ପାଇଁ ୭୬ଟି ଏପରି ମୋଟ ୪୪୪ଟି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ଯେ କୌଣସି ବିଷୟରେ ସ୍ନାତକ ପାସ କରିବା ସହିତ ବୟସ ୩୩ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଡିସେମ୍ବର ମାସ ୮ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୧୨ ତାରିଖରେ ସମାପ୍ତ ହେବ । ଆସନ୍ତା ବର୍ଷ ଫେବୃଆରୀ ମାସରେ ଷ୍ଟେଜ-୧ ପରୀକ୍ଷା ହେବାର ସମ୍ଭାବନା ରହିଛି । ଷ୍ଟେଜ-୨ ପରୀକ୍ଷା ସମ୍ପର୍କିତ ତଥ୍ୟ ଓ ଆଡମିଟ୍ କାର୍ଡ ସମ୍ବନ୍ଧୀୟ ସୂଚନା ପରବର୍ତ୍ତୀ ସମୟରେ ସିଏସଆଇଆର ୱେବସାଇଟରେ ଜାରି କରାଯିବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଏସସି / ଏସଟି / ପିଡବ୍ଲ୍ୟୁଡି / ଇଏସଏମ/ ମହିଳା / ସିଏସଆଇଆର କର୍ମଚାରୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://csir.cbtexamportal.in/

ବିଜ୍ଞପ୍ତି ଲିଙ୍କ: https://www.csir.res.in/sites/default/files/2023-12/Detail%20%20Advt.%20-%2008.12.2023.pdf

Get real time updates directly on you device, subscribe now.