fbpx

କପିଲ ଦେବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇପାରିବେ କି ରୋହିତ ଶର୍ମା? କାଲି ରହିଛି ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଖେଳାଯାଇଥିବା ଆଇସିସି ODI ବିଶ୍ୱକପରେ ଭାରତୀୟ ଦଳ ଏକ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଥିଲା। କ୍ରମାଗତ ୧୦ ଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା ଟିମ୍ ଇଣ୍ଡିଆ । ହେଲେ ଦୁର୍ଭାଗ୍ୟବଶତଃ ବିପକ୍ଷ ଅଷ୍ଟ୍ରେଲିଆ ଠାରୁ ପରାଜୟ ସାମ୍ନା କରିଥିଲା। ଯାହାର ଦୁଃଖ ଆଜି ବି ସମସ୍ତ ଭାରତୀୟଙ୍କ ମନରେ ଭରି ରହିଛି । ତେବେ ଏହି ଏହି ଦୁଃଖକୁ ସାମାନ୍ୟ ଦୂର କରିବା ପାଇଁ ଭାରତୀୟ ଦଳ ପାଖରେ ଏକ ବଡ଼ ସୁଯୋଗ ରହିଛି। କାରଣ ଆସନ୍ତାକାଲି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ବିଶେଷକରି ବିଶ୍ୱକପ ଫାଇନାଲ ହାରିବାର ଦୁଃଖ ରୋହିତ ଶର୍ମାଙ୍କର ମନରେ ଭରି ରହିଥିବା ବେଳେ ଏହାକୁ ଉପଶମ କରିବାକୁ ତାଙ୍କ ପାଖରେ ଏକ ସୁଯୋଗ ରହିଛି।

ତେବେ ବିଶ୍ୱକପ ଫାଇନାଲ ପରାଜୟ ପରେ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରା ବକ୍ସିଂ ଡେ’ ଟେଷ୍ଟରେ ଆକ୍ସନକୁ ଫେରିବେ। ଆଉ ୩୧ ବର୍ଷ ଧରି ଭାରତର ରହିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ରୋହିତ ଶର୍ମା ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଉଛି। କାରଣ ୧୯୯୨ ପରଠାରୁ ଭାରତ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ଖେଳୁଛି। କିନ୍ତୁ ଏହି ୩୧ ବର୍ଷ ମଧ୍ୟରେ ଥରେ ହେଲେ ବି ଦଳ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ହରାଇ ପାରିନି। ତେଣୁ ୩୧ ବର୍ଷ ଧରି ରହିଥିବା ଅପେକ୍ଷାରେ ଅନ୍ତ ଘଟାଇବା ଲକ୍ଷ୍ୟରେ ରୋହିତ ଏବଂ ବିରାଟ କୋହଲି ରହିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ଯେ, ରୋହିତ ଏହି ମ୍ୟାଚ ଦ୍ୱାରା କପିଲ ଦେବ ଓ ମହେନ୍ଦ୍ର ସିଂହଙ୍କ ସମକକ୍ଷ ହୋଇପାରିବେ। ତେବେ ୫୦ ଓଭର ବିଶ୍ୱକପରେ କପିଲ ଦେବ ଓ ମହେନ୍ଦ୍ର ସିଂହଙ୍କ ସମକକ୍ଷ ହେବାକୁ ରୋହିତଙ୍କ ପାଖରେ ସୁଯୋଗ ଥିଲା। କିନ୍ତୁ ରୋହିତ ତାହା କରି ପାରି ନାହାନ୍ତି। ଯଦି ଏବେ ରୋହିତ ଏହି ଟେଷ୍ଟ ସିରିଜରେ ସଫଳତା ହାସଲ କରିବେ, ତା’ହେଲେ ଦୁଇ କିମ୍ବଦନ୍ତୀ କପିଲ ଦେବ ଓ ମହେନ୍ଦ୍ର ସିଂହଙ୍କ ସମକକ୍ଷ ହୋଇପାରିବେ।

 

Get real time updates directly on you device, subscribe now.