fbpx

ଶେଷରେ ସୁନା ଖଣିରେ ପହଞ୍ଚିଗଲା କରୋନା

ସାରା ଦୁନିଆରେ କାୟା ମେଲାଉଥିବା କରୋନା ଭାଇରସ୍ ଶେଷରେ ଦୁନିଆର ସବୁଠାରୁ ଗଭୀର ସୁନାଖଣିରେ ପହଞ୍ଚିଛି । ଦକ୍ଷିଣ ଆଫ୍ରିକାର ମସହୂର ପୋନେଙ୍ଗ ସୁନା ଖଣିରେ ୧୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପରେ କାମ ବନ୍ଦ କରାଯାଇଥିଲା । କମ୍ପାନୀ ସୂତ୍ରରୁ ଜଣାପଡିଛି ଯେ, ସମସ୍ତ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି । ତେବେ ଗତ ସପ୍ତାହରେ ଖଣିରେ ପ୍ରଥମ ସଂକ୍ରମଣର ଖବର ଆସିବା ପରେ ୬୫୦ କର୍ମଚାରୀଙ୍କ ଯାଞ୍ଚ କରାଯାଇଥିଲା । ମାର୍ଚ୍ଚରେ ଲକଡାଉନ ହେବାରୁ ଏପ୍ରିଲରେ ପୁଣି ଖଣି କାମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସଂକ୍ରମଣର ମାମଲା ପୁଣି ବଢିଯିବାରୁ ଖଣିକୁ ବନ୍ଦ କରାଯାଇଛି ।
ତେବେ ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧି ୨୨,୫୦୦ରୁ ଅଧିକ ସଂକ୍ରମଣ ହୋଇଥିବା ବେଳେ ୪୨୯ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.