fbpx

ଜାଣି ରଖନ୍ତୁ, ପୁରୁଷମାନଙ୍କର ଏହି ସବୁ ଗୁଣକୁ ମହିଳାମାନେ ଆଦୌ ପସନ୍ଦ କରନ୍ତି ନାହିଁ

ଓଡ଼ିଶା ଭାସ୍କର: ମହିଳାମାନେ ପୁରୁଷମାନଙ୍କ ମାମଲାରେ ବେଶ ସମ୍ବେଦନଶୀଳ ହୋଇଥାନ୍ତି । ତେବେ ଏ ନେଇ କିଛି ଦିନ ତଳେ ଏକ ସର୍ବେକ୍ଷଣରେ ମହିଳାମାନେ କେଉଁପରି ପୁରୁଷଙ୍କୁ ପସନ୍ଦ କରନ୍ତି ନାହିଁ ତାହା ଜଣାପଡ଼ିଥିଲା । ସମୟ ବଦଳିବା ସହିତ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ସମାନତା ବଢ଼ିବାରେ ଲାଗିଛି । ତେବେ ଏପରି ସ୍ଥିତିରେ ମହିଳାମାନେ ଧୀରେ ଧୀରେ ନିଜର ପସନ୍ଦ ଏବଂ ନାପସନ୍ଦ ବିଷୟରେ ଅନ୍ୟମାନଙ୍କ ପାଖରେ କହିବା ଆଭମ୍ଭ କରିଛନ୍ତି । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କୁ କେଉଁପରି ପୁରୁଷ ପସନ୍ଦ ଆସିନଥାନ୍ତି ।

ଡୋମିନେଟିଂ- ମହିଳାମାନଙ୍କୁ ଡୋମିନେଟିଙ୍ଗ ବା ପ୍ରଧାନ୍ୟ ବିସ୍ତାର କରୁଥିବା ପୁରୁଷ ଆଦୌ ପସନ୍ଦ ନୁହନ୍ତି । ସବୁବେଳେ ନିଜକୁ ଉପରେ ରଖି ମହିଳାମାନଙ୍କର ରାୟକୁ ତଳେ ରଖିବାକୁ ଚେଷ୍ଟା କରିଥିବା ଲୋକ ବିଲକୁଲ ପସନ୍ଦ ନୁହନ୍ତି । ତେବେ ଏକ ସମୟ ଥିଲା ଯେବେ ମହିଳାମାନେ ଏପରି ପୁରୁଷମାନଙ୍କୁ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ମହିଳାମାନେ ନିଜର ଇଚ୍ଛା ବ୍ୟକ୍ତ କରିବାକୁ ସ୍ୱାଧୀନ ହେବା ପରେ ସେମାନେ ନିଜ ଇଚ୍ଛାକୁ ସର୍ବସମ୍ମୁଖରେ ପ୍ରକାଶ କରୁଛନ୍ତି । ତେଣୁ ବର୍ତ୍ତମାନର ମହିଳାମାନେ ଏପରି ପୁରୁଷଙ୍କୁ ପସନ୍ଦ କରନ୍ତି ନାହିଁ ।

ବର୍ତ୍ତମାନ ସମୟରେ ମହିଳାମାନେ ପ୍ରାଧାନ୍ୟ ବିସ୍ତାର କରୁଥିବା ପୁରୁଷମାନଙ୍କୁ ବିଲକୁଲ ପସନ୍ଦ କରୁନଥିବା ଜଣେ ରିଲେଶନଶିପ କାଉନ୍ସେଲର କହିଛନ୍ତି । ତାଙ୍କ କହିବା ମୁତାବକ ସମୟ ବଦଳିବା ସହିତ ମହିଳାମାନେ ସମାନତାରେ ବିଶ୍ୱାସ କରୁଛନ୍ତି । ତେଣୁ ସେମାନଙ୍କୁ ନିଜ ଇଚ୍ଛାରେ ନିଷ୍ପତ୍ତି ନେଉଥିବା ପୁରୁଷ ଆଦୌ ପସନ୍ଦ ନୁହନ୍ତି ବୋଲି କହିଛନ୍ତି ସେ ।

ମାଚୋ ମ୍ୟାନ- ନୂଆ ଜମାନାରେ ମହିଳା ଏବଂ ଯୁବତୀମାନେ ମାଚୋ ବା ଆଙ୍ଗରୀ ୟଙ୍ଗ ମ୍ୟାନଙ୍କୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ମହିଳାମାନେ ସାଧାରଣତଃ ନରମ ସ୍ୱଭାବର ପୁରୁଷମାନଙ୍କୁ ବେଶୀ ପସନ୍ଦ କରୁଛନ୍ତି । ସେମାନେ ତାଙ୍କୁ ବୁଝୁଥିବା ପୁରୁଷ ବେଶୀ ପସନ୍ଦ ।

ଅପଶବ୍ଦ ବ୍ୟବହାର କରୁଥିବା ପୁରୁଷ- କଥାବାର୍ତ୍ତାରେ ଅପଶବ୍ଦ ବ୍ୟବହାର କରୁଥିବା ପରୁଷ ମହିଳାମାନଙ୍କୁ ଆଦୌ ଭଲଲାଗନ୍ତି ନାହିଁ । ପୁରୁଷମାନଙ୍କର ଏଭଳି ବ୍ୟବହାର ବର୍ତ୍ତମାନ ସମୟର ମହିଳାମାନଙ୍କ ଉପରେ ଏକ ଖରାପ ପ୍ରଭାବ ପକାଇଥାଏ । ତେବେ ପ୍ରାୟ ୧ ବର୍ଷ ତଳେ ଆଉଟଲୁକ ମାଗାଜିନର ଏକ ଅନଲାଇନ ସର୍ଭେରେ ଏପରି ପୁରୁଷମାନଙ୍କୁ ମହିଳାମାନେ ନାକଚ କରିଥିବା ଜଣାପଡ଼ିଛି ।

ଅଧିକ ମଦ ପିଉଥିବା ପୁରୁଷ- ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ମଦ ପିଇବା ଏକ ସାଧାରଣ ଘଟଣା ପାଲଟିଛି । କିନ୍ତୁ ମହିଳାମାନେ ଅଧିକ ମଦ ପିଉଥିବା ପୁରୁଷଙ୍କୁ ଆଦେଯ ପସନ୍ଦ କରିନଥାନ୍ତି ବୋଲି ଜଣାପଡ଼ିଛି । ଏଭଳି ପୁରୁଷମାନଙ୍କୁ ମହିଳାମାନେ ୧୦ରୁ ମାତ୍ର ୭.୮ ରେଟିଂ ଦେଇଥିବା ଆଉଟଲୁକର ଏକ ସର୍ଭେରୁ ଜଣାପଡ଼ିଥିଲା । ତେବେ ଆଶ୍ଚର୍ଯ୍ୟକର ଘଟଣା ହେଉଛି ପ୍ରତ୍ୟେକ ବୟସବର୍ଗର ମହିଳାମାନେ ଅଧିକ ମଦ ପିଉଥିବା ପୁରୁଷଙ୍କୁ ନାପସନ୍ଦ କରିଥାନ୍ତି ।

Get real time updates directly on you device, subscribe now.