fbpx

ଶ୍ରୀମନ୍ଦିର ସାମ୍ନାରେ ଅଘଟଣ; କୁକୁର କାମୁଡ଼ାରେ ଦୁଇ ବର୍ଷର ଶିଶୁ ଗୁରୁତର

ପୁରୀ: ଶ୍ରୀମନ୍ଦିର ସାମ୍ନାରେ କୁକୁର କାମୁଡ଼ାରେ ଦୁଇ ବର୍ଷର ଶିଶୁ ଗୁରୁତର । ଶିଶୁର ଆଖିକୁ କାମୁଡ଼ିଲା କୁକୁର । ନୂଆବର୍ଷ ଆସୁଥିବାରୁ ଜଗନ୍ନାଥଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ଆଜି ଦୁଇ ଦୁଇଟି ଅଘଟଣ ଘଟିୟାଇଛି । ଆଜି ପ୍ରଥମେ ଦୀପରୁ ନିଆଁ ଲାଗି ଜଣେ ନାବାଳିକା ମନ୍ଦିର ଭିତରେ ଆହତ ହୋଇଥିଲେ । ମିଳିଥିବା ସୂଚନାରୁ ଜଣାପଡିଛି ହାଇଦ୍ରାବାଦରୁ ପରିବାର ଲୋକଙ୍କ ସହ ପୁରୀ ଶ୍ରୀଜଗନ୍ନାଥ ଦର୍ଶନ କରିବାକୁ ଆସିଥିଲେ ନାବାଳିକା ।

ଶ୍ରୀମନ୍ଦିର ସାତପାହାଚ ନିକଟରେ ଦୀପରୁ ନିଆଁ ଲାଗି ନାବାଳିକା ଜଣକ ଆହତ ହୋଇଥିଲେ । ପ୍ରବଳ ଜନସମାଗମ ଯୋଗୁଁ ଶ୍ରୀମନ୍ଦିର ପରିସରରେ ବିଭିନ୍ନ ଛୋଟ ମୋଟ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସୁଛି । କେତେବେଳେ କିଏ ଠେଲାପେଲାରେ ଆହତ ହେଉଛନ୍ତି ତ ପୁଣି କେତେବେଳେ ଭିଡ ମଧ୍ୟରେ କିଏ ଅଣନିଶ୍ୱାସୀ ହୋଇ ତଳେ ପଡିଯାଉଥିବାର ଚିତ୍ର ସାମ୍ନାକୁ ଆସୁଛି ।

Get real time updates directly on you device, subscribe now.