fbpx

(Video) ପୋଲିସ ଭ୍ୟାନରେ ଯାଇ ନାମାଙ୍କନପତ୍ର ଦାଖଲ କଲେ ଆପ୍ ନେତା ସଞ୍ଜୟ ସିଂ

ନୂଆଦିଲ୍ଲୀ: ପୋଲିସ ଭ୍ୟାନରେ ଯାଇ ନାମାଙ୍କନପତ୍ର ଦାଖଲ କଲେ ଆପ୍ ନେତା ସଞ୍ଜୟ ସିଂ । ସଞ୍ଜୟ ସିଂଙ୍କ ବ୍ୟତୀତ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ମଧ୍ୟ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ତେବେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ ରାଜ୍ୟ ସଭା ପାଇଁ ପ୍ରାଥିପତ୍ର ଦାଖଲ କରିବାକୁ ଜେଲରୁ ବାହାରିଥିଲେ। ଆଜି ସେ ପୋଲିସ ଭ୍ୟାନରେ ସିଭିଲ ଲାଇନରେ ପହଞ୍ଚି ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସମର୍ଥକ ମାନେ ଆସି ତାଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା। ଅକ୍ଟୋବର ୪ ରେ ତାଙ୍କ ଦିଲ୍ଲୀ ବାସଭବନରୁ ତାଙ୍କୁ ଇଡି ଗିରଫ କରିଥିଲା। ଶ୍ରୀ ସିଂ ହେଉଛନ୍ତି ଏହି ମାମଲାରେ ଗିରଫ ହୋଇଥିବା ଆପ୍ ଦଳର ତୃତୀୟ ନେତା। ଏହା ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି କାର୍ୟ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗରେ ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜେନା ଏବଂ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ ଏହି ମାମଲାରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଥର ଇଡି ସମନ ପଠାଇଛି। ମାତ୍ର ସେ ଏହାକୁ ପ୍ରତ୍ୟାଖାନ କରି କେଉଁ ଥର ବି ସେ ଇଡିରେ ହାଜର ହୋଇନାହାନ୍ତି।

Get real time updates directly on you device, subscribe now.