fbpx

ଆନ୍ଦୋଳନରୁ ଓହରିବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ: ସଭାପତି ଜନାର୍ଦ୍ଦନ ପତିଙ୍କ ସୂଚନା

ଓଡିଶା ଭାସ୍କର; ଆନ୍ଦୋଳନରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ଏନେଇ ପରିବହନ ଶ୍ରମିକ ମହାସଂଘର ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଆନ୍ଦୋଳରୁ ଓହରିବା ନିଷ୍ପତି ନିଆଯାଇଛି।

ସୂଚନା ଥାଉକି, ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଧର୍ମଘଟର ଡାକରା ଦିଆଯାଇଥିଲା। କାରଣ ଏଇଟା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇଲା ଭଳି ହୋଇଛି ବୋଲି ଗତକାଲି ଜନାର୍ଦ୍ଦନ ପତି କହିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପ୍ରତ୍ୟାକ୍ଷାନ କରିଛନ୍ତି । ଏଣୁ ଏହାକୁ ବିରୋଧ କରି ଆଜିଠାରୁ ଆନ୍ଦୋଳନର ଡାକରା ଦିଆଯାଇଥିଲା। ହଜାର ହଜାର ଶ୍ରମିକ ଆଜି ସକାଳ ୬ଟାରୁ ରାଜ୍ୟର ୪ଟି ଡିପୋ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଫଳରେ ପେଟ୍ରୋଲ, ଡିଜେଲ ପରିବହନ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅନୁରୋଧ କ୍ରମେ ଡ୍ରାଇଭର ଓଡ଼ିଶା ପରିବହନ ଶ୍ରମିକ ମହାସଂଘର ୫ ଜଣିଆ ଟିମ୍‌ ରାଜ୍ୟ ସଚିବାଳୟରେ ଆଲୋଚନା ନିମନ୍ତେ ପହଞ୍ଚିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ, ପରିବହନ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

ଏଠାରେ କହି ରଖୁ ଯେ, କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧିକ ଆଇନ ପ୍ରଣୟନ କରିଛନ୍ତି। ଯଦି କୌଣସି ଟ୍ରକ୍‌ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ। ତେବେ ପୂର୍ବରୁ ଯେଉଁ ଆଇନ୍‌ ଥିଲା ସେଥିରେ ହିଟ୍‌ ଆଣ୍ଡ ରନ୍ ମାମଲାରେ ଫସିଥିବା ଡ୍ରାଇଭରଙ୍କୁ ବେଶ୍‌ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ଆଉ ଦୁଇ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା। ତେବେ କେନ୍ଦ୍ର ସରକାରଙ୍କ ଏହି ହିଟ ଆଣ୍ଡ ରନ ନୂଆ ଆଇନକୁ ନେଇ ଡ୍ରାଇଭର ଓ ପରିବହନ ଶ୍ରମିକ ସଙ୍ଘ ବିରୋଧ କରିଛନ୍ତି।

Get real time updates directly on you device, subscribe now.