fbpx

‘ଆଳି’ ରାଜମାତା ତଥା ପୂର୍ବତନ ବିଧାୟିକା-ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କର ପରଲୋକ

ଆଳି: (ଓଡ଼ିଶା ଭାସ୍କର) ଆଳିର ରାଜମାତା ସୁଶ୍ରୀ ଦେବୀ ତଥା ପୂର୍ବତନ ବିଧାୟିକା ଓ ରାଜ୍ୟସଭା  ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ଙ୍କ ଆଜି କଟକ ମେଡିକାଲ୍ ରେ ଦେହାନ୍ତ ହେଇଛି । ସୁଚନା ଅନୁଯାୟୀ ସେ ୮୦ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି । ଆଜି ବୃଦ୍ଧା ଅବସ୍ଥାରେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଜଣା ପଡ଼ିବା ପରେ ଆପୋଲୋ ମେଡ଼ିକାଲ୍ ରେ ଚିକିତ୍ସାଧିନ ଥିଲେ ।

ଆଜି କଟକରେ ତାଙ୍କର ଦେହାନ୍ତ ହେଇଥିବା ଜଣା ପଡ଼ିଛି । ସୁଶ୍ରୀ ଦେବୀ ୧୯୯୦-୧୯୯୫ ମସିହାରେ ବିଧାୟକ ଥିବା ସହ ୨୦୦୬ରେ ରାଜ୍ୟସଭା ସଭା ସାଂସଦ ଥିବା କୁହାଯାଉଛି। ଦେହାନ୍ତ ଖବର ଶୁଣି ଆଳି ନିର୍ବାଚମଣ୍ଡଳୀ ସମତେ ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.