fbpx

ଭାରତ-ମାଳଦ୍ୱୀପ ବିବାଦର ମୂଳ କାରଣ କ’ଣ: ମାଳଦ୍ୱୀପ ପରି ଏକ ଛୋଟ ଦେଶକୁ ଶକ୍ତି ଯୋଗାଉଛି କିଏ, ଚାଲିଛି ଭାରତ ବିରୋଧୀ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିବାଦ ଥମିବା ବଦଳରେ ବଢ଼ିବାରେ ଲାଗିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଗସ୍ତ ଅବସରରେ ତା’ର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରମୋଟ କରିଥିଲେ । ଏହାପରେ ଅଚାନକ ଗୁଗଲରେ ଲାକ୍ଷାଦ୍ୱୀପକୁ ବହୁ ସଂଖ୍ୟକ ଲୋକ ସର୍ଚ୍ଚ କରିଥିଲେ । ଏଥିସହିତ ସୋସିଆଲ ମିଡ଼ିଆରେ ଲାକ୍ଷାଦ୍ୱୀପର ସୁନ୍ଦର, ଆକର୍ଷଣୀୟ ଫଟୋ ସବୁ ଭାଇରାଲ ହୋଇଥିଲା । ଲୋକମାନେ ମାଳଦ୍ୱୀପ ବଦଳରେ ଲାକ୍ଷାଦ୍ୱୀପ ବୁଲିବାକୁ ଯିବା ଉଚିତ ବୋଲି ମଧ୍ୟ ତର୍କ ଦେଖିବାକୁ ମିଳିଥିଲା ।

ତେବେ ଏହି ସବୁ ଘଟଣା ପରେ ମାଳଦ୍ୱୀପର ମନ୍ତ୍ରୀ ଭାରତ ବିରୋଧୀ ମନ୍ତ୍ରବ୍ୟ ଦେଇଥିଲେ । ପରବର୍ତ୍ତୀ ସମୟରେ ୩ ଜଣଙ୍କୁ ମନ୍ତ୍ରୀଙ୍କୁ ମାଳଦ୍ୱୀପ ସରକାର ପଦରୁ ସସପେଣ୍ଡ କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ମାଳଦ୍ୱୀପ ପରି ଏକ ଛୋଟ ଦେଶ ବାରମ୍ବାର କାହିଁକି ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଯାଉଛି? ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ମୁହମଦ ମୁଇଜ୍ଜୁ ନିର୍ବାଚନ ପ୍ରଚାର ସମୟରେ ‘ଇଣ୍ଡିଆ ଆଉଟ’ ନାରା ଦେଇଥିଲେ । ମୋଇଜ୍ଜୁ ଜଣେ ଚୀନ ସପକ୍ଷବାଦୀ ତଥା ଭାରତ ବିରୋଧୀ ଭାବେ ଜଣାଶୁଣା । ମାଳଦ୍ୱୀପରୁ ବିଦେଶୀ ସୈନ୍ୟଙ୍କୁ ହଟାଇବା ନେଇ ପଦ ସମ୍ଭାଳିବା ପରେ ମୁଇଜ୍ଜୁ କହିଥିଲେ ।

ଏହି ବିବାଦ ମଧ୍ୟରେ ନିକଟରେ ମୋଇଜ୍ଜୁ ୫ ଦିନିଆ ଚୀନ ଗସ୍ତ କରି ସାରିବା ପରେ ପରୋକ୍ଷରେ ଭାରତ ଉପରେ ଟିପ୍ପଣୀ ଦେଇଥିଲେ । ମୋଇଜ୍ଜୁ କହିଥିଲେ, ‘ଆମ ଦେଶ ଛୋଟ ହୋଇପାରେ ମାତ୍ର ଆମକୁ ଗାଳିଗୁଲଜ କରିବାର ଅଧିକାର କାହାର ନାହିଁ ।’ ତେବେ ମୁଇଜ୍ଜୁ ଏହି ବୟାନ ଦେବା ସମୟରେ କାହାର ନାମ ନେଇନଥିଲେ ହେଁ ସେ ଭାରତକୁ ପରୋକ୍ଷ ଭାବେ ଟାର୍ଗେଟ୍ କରିଥିବା କୁହାଯାଉଛି । ମାଳଦ୍ୱୀପର ପୂର୍ବ ସରକାରଙ୍କ ଆଗ୍ରହ କ୍ରମେ ଭାରତ ସରକାର ସେଠାରେ ନିଜର ସୈନିକଙ୍କୁ ମୁତୟନ କରିଥିଲେ । ସାମୁଦ୍ରିକ ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ଉଦ୍ଦେଶ୍ୟରେ ସେଠାରେ ସେନା ମୁତୟନ କରାଯାଇଛି ।

ତେବେ ମାଳଦ୍ୱୀପ ବିବାଦ ପରେ ପୁଣି ଭାରତ ଚୀନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପଦାକୁ ଆସିଛି । ଅତୀତରେ ପାକିସ୍ତାନ, ନେପାଳ, ଶ୍ରୀଲଙ୍କା ସହ ଚୀନ କ’ଣ କରିଥିଲା ତାହା କାହାକୁ ଅଛପା ନାହିଁ । ଭାରତ-ମାଳଦ୍ୱୀପ ବିବାଦର ଫାଇଦା ନେବାକୁ ଚୀନ ଯୋଜନା ଚଳାଇଛି । ଗତ ୨୦୨୨ରେ ୨ ଲକ୍ଷ ୪୧ ହଜାର ଓ ୨୦୨୩ରେ ପାଖାପାଖି ୨ ଲକ୍ଷ ଲୋକ ଭାରତୀୟ ପର୍ଯ୍ୟଟକ ମାଳଦୀପ ଯାତ୍ରା କରିଥିଲେ । ତେଣୁ ଭାରତ ଯଦି ନିଜର ଦେଶର ନାଗରିକଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ଅପିଲ କରନ୍ତି ତେବେ ଏହା ନିଶ୍ଚିତ ଭାବେ ମାଳଦ୍ୱୀପକୁ କ୍ଷତି ପହଞ୍ଚାଇବ । ତେଣୁ ମୋଦୀଙ୍କ ମାଳଦ୍ୱୀପ ଗସ୍ତ ପରେ ଅଚାନକ ଚିହିଁକି ଉଠିଥିଲେ ମାଳଦ୍ୱୀପ ମନ୍ତ୍ରୀ । ଦିନକୁ ଭାରତ ବିଶ୍ୱସ୍ତରରେ ନିଜର ଶକ୍ତି ବଢ଼ାଇ ଚାଲିଥିବା ବେଳେ ଏହା ପଡ଼ୋଶୀ ଦେଶ ଚୀନ ପାଇଁ ଅସହ୍ୟ ହୋଇ ଉଠୁଛି । ତେଣୁ ସୀମା ବିବାଦ, ଜାତିସଂଘ, ଆତଙ୍କବାଦ, ଜମ୍ମୁ କଶ୍ମୀର ସମସ୍ୟା, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ଚୀନ ଷଡ଼ଯନ୍ତ୍ର ରଚିଥିବା ନେଇ ଅତୀତରେ ଅନେକ ଗୁମର ପର୍ଦ୍ଦାଫାସ ହୋଇଛି ।

Get real time updates directly on you device, subscribe now.