fbpx

ସମ୍ପୂର୍ଣ୍ଣ ମାଗଣାରେ ମିଳିବ ପ୍ରଭୁ ରାମଙ୍କ ପ୍ରସାଦ, ଘରେ ବସି ଏହି ଓ୍ୱେବସାଇଟ୍‌ ମାଧ୍ୟମରେ କରନ୍ତୁ ଅର୍ଡର

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହି ମହୋତ୍ସବ ପୂର୍ବରୁ କେବଳ ଅଯୋଧ୍ୟାବାସୀ ନୁହେଁ ବରଂ ସାରା ଦେଶବାସୀ ଏବେ ରାମଭକ୍ତିରେ ଲୀନ ହୋଇଯାଇଛନ୍ତି। ସମସ୍ତଙ୍କର ଇଛା ଏହି ଐତିହାସିକ ଦିନ ଅଯୋଧ୍ୟା ଯାଇ ପ୍ରଭୁ ରାମଙ୍କ ଦର୍ଶନ ଟିକେ କରି ତାଙ୍କ ପ୍ରସାଦ ଟିକେ ପାଅନ୍ତି। ହେଲେ ୨୨ ଜାନୁଆରୀରେ ଅଯୋଧ୍ୟା ନ ଆସିବାକୁ ସରାକାର ଲୋକମାନଙ୍କୁ ଅପିଲ କରିଛନ୍ତି । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି। ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେଇଠି ଥାଇ ଭଗବାନ ରାମଙ୍କୁ ସ୍ମରଣ କରନ୍ତୁ । ଆଉ ସେହିଠାରେ ରାମଙ୍କ ପାଇଁ ଦିପାବଳୀ ପାଳନ କରନ୍ତୁ ବୋଲି କୁହାଯାଇଛି। ତେବେ ଏଭଳି ପରିସ୍ଥିତିରେ ଭକ୍ତଙ୍କ ପାଇଁ ଏକ ଖୁସି ଖବର ଆସିଛି ।

୨୨ ରେ ସିନା ଆପଣ ଅଯୋଧ୍ୟା ଯାଇପାରିବାନି କିନ୍ତୁ ଘରେ ରହି ପ୍ରଭୁ ରାମଙ୍କ ପ୍ରସାଦ ପାଇ ପାରିବେ। ସବୁଠାରୁ ଖୁସିର କଥା ଯେ ଏ ପ୍ରସାଦ ପାଇଁ ଆପଣଙ୍କୁ କିଛି ଦେୟ ଦେବାକୁ ପଡିବ ନାହିଁ। କିନ୍ତୁ ଘରେ ବସି ଆପଣ ଅନଲାଇନ୍‌ ରାମଲଲାଙ୍କ ପ୍ରସାଦ ମଗେଇପାରିବେ। ଏକ ପ୍ରାଇଭେଟ କମ୍ପାନୀର ଓ୍ୱେବସାଇଟ୍‌ ମାଧ୍ୟମରେ ଆପଣଙ୍କ ଘରେ ପ୍ରସାଦ ପହଞ୍ଚିବ। ଏଥିପାଇଁ କେବଳ ଆପଣଙ୍କୁ ଡେଲିବରୀ ଚାର୍ଜ ଦେବାକୁ ପଡିବ। ତେବେ ପ୍ରସାଦର ମୂଲ୍ୟ ୫୧ ଟଙ୍କା କିନ୍ତୁ ଏହାର ମୂଲ୍ୟ ଲୋକମାନଙ୍କୁ ଦେବାକୁ ପଡିବ ନାହିଁ, ନିଜେ କମ୍ପାନୀ ଏହାର ମୂଲ୍ୟ ପୈଠ କରିବ।

ସୂଚନା ମୁତାବକ, ଏହି ଓ୍ୱେବସାଇଟ୍‌ର ନାମ ଖଦି ଆର୍ଗେନିକ । ଏହି ସଫ୍ଟଓ୍ୱେୟାର କମ୍ପାନୀ ରାମ ମନ୍ଦିରର ଆସିଥିବା ପ୍ରସାଦକୁ ଘରକୁ ଘର ଡେଲିଭରୀ କରିବ। ଏହି କମ୍ପାନୀର ଲୋକମାନେ ପ୍ରସାଦ ନେଇ ରାମମନ୍ଦର ଯିବେ। ସେଠାରେ ଭୋଗ ଲଗାଇ ପ୍ରସାଦକୁ ଫେରାଇ ଆଣି ତାହାକୁ ସାରା ଦେଶରେ ସମ୍ପୂର୍ଣ୍ଣ ଫ୍ରି ଅନଲାଇନ୍ ଡେଲିବରୀ କରିବେ।

କେମିତି କରିବେ ପ୍ରସାଦ ବୁକିଂ?

– ସର୍ବ ପ୍ରଥମେ ଆପଣ ଗୁଗଲରେ khadiorganic.com ଓ୍ୱେବସାଇଟକୁ ଯାଆନ୍ତୁ
– ଆପଣଙ୍କ ସ୍କ୍ରିନରେ ଦେଖା ଯାଉଥିବା ଅନଲାଇନ୍‌ ପ୍ରସାଦ ଉପରେ କ୍ଲିକ କରନ୍ତୁ
-ଡୋର ଷ୍ଟେପ୍‌ ଡେଲିବରୀ ପାଇବା ପାଇଁ ଡେଲିବରୀ ଅପସନ ଉପରେ କ୍ଲିକ୍‌ କରନ୍ତୁ
– ଯଦି ଆପଣ ଡିଷ୍ଟ୍ରୀବ୍ୟୁଶନ ସେଣ୍ଟରରୁ ପ୍ରସାଦ ପାଇବାକୁ ଚାହୁଁଛନ୍ତି ତେବେ Pick up from your distribution centreରେ କ୍ଲିକ୍ କରନ୍ତୁ।
– ଏହାପରେ ସେଠାରେ ଆପଣ ଆପଣଙ୍କ ନାମ, ଠିକଣା ଓ ଫୋନ ନମ୍ବର ଦିଅନ୍ତୁ
-ଶେଷରେ ଆପଣ କେବଳ ଡେଲିବରୀ ଚାର୍ଜ ଦେଇ ପ୍ରସାଦ ଅର୍ଡର କରିପାରିବେ

Get real time updates directly on you device, subscribe now.