fbpx

ପାକିସ୍ତାନ ଆକ୍ରମଣରେ ୯ ଜଣ ବିଦେଶୀଙ୍କ ମୃତ୍ୟୁ: ଇରାନ ସରକାର

ନୂଆଦିଲ୍ଲୀ: ଇରାନର ସରକାରୀ ଗଣମାଧ୍ୟମ ଇରନା ଅନୁଯାୟୀ, ପାକିସ୍ତାନର ଆକ୍ରମଣରେ ୯ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି । ଇରାନର ଗୃହ ମନ୍ତ୍ରୀ ଅହମ୍ମଦ ୱାହିଦି କହିଛନ୍ତି ଯେ ଏହି ଆକ୍ରମଣରେ ୩ ଜଣ ମହିଳା, ୪ ଜଣ ଶିଶୁ ଏବଂ ୨ ଜଣ ପୁରୁଷ ପ୍ରାଣ ହରାଇଛନ୍ତି । ଯେଉଁଠାରେ ଏହି ଆକ୍ରମଣ ହୋଇଛି ତାହା ଇରାନ ସୀମାଠାରୁ ୩-୪ କିଲୋମିଟର ଦୂରରେ ରହିଛି ।

ଏହା ପୂର୍ବରୁ ପାକିସ୍ତାନ ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରଦେଶରେ ଉଗ୍ରବାଦୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିବା ଦାବି କରିଥିଲା । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ଯେଉଁମାନେ ଆକ୍ରମଣ କରିଥିଲେ ସେମାନେ ପାକିସ୍ତାନର ଖୁଙ୍ଖାର ଆତଙ୍କବାଦୀ ଥିଲେ, ସେମାନେ ଇରାନର ଏକ ଅଞ୍ଚଳରେ ଆଶ୍ରୟ ନେଇଥିଲେ ଯେଉଁଠାରେ କେହି ନିୟନ୍ତ୍ରଣରେ ନାହାନ୍ତି ।

ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ ବୟାନକୁ ଆଧାର କରି ଅନ୍ତର୍ଯାତୀୟ ନ୍ୟୁଜ୍ ଏଜେନ୍ସି ରଏଟର୍ସ କହିଛି, ପାକିସ୍ତାନ ଇରାନ ଭିତରେ ଥିବା ବଲୋଚ ଉଗ୍ରବାଦୀଙ୍କୁ ଟାର୍ଗେଟ କରିଛି । ଏନେଇ ପାକିସ୍ତାନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି ।

Get real time updates directly on you device, subscribe now.