fbpx

ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରି ବିଶ୍ୱର ୧ନମ୍ବର ଖେଳାଳି ହେଲେ ରୋହନ ବୋପାନ୍ନା ଓ ମାଥ୍ୟୁ ଏବ୍ଡେନ୍ 

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଓ ମାଥ୍ୟୁ ଏବ୍ଡେନ୍ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ରୋହନ ବୋପାନ୍ନା ପୁରୁଷ ଡବଲ୍ସରେ ବିଶ୍ୱର ଏକ ନମ୍ବର ମାନ୍ୟତା ହାସଲ କରିଛନ୍ତି।

୪୪ ବର୍ଷୀୟ ବୋପାନ୍ନା ଓ ମାଥ୍ୟୁ ଏବଡେନ କ୍ୱାର୍ଟର ଫାଇନାଲ ମ୍ୟାଚକୁ ୬-୪, ୭-୬ (୭-୫)ରେ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ରେ ରୋହନ ବୋପାନ୍ନା ଓ ମ୍ୟାଟ୍ ଏବ୍ଡେନ୍ ଆର୍ଜେଣ୍ଟିନାର ମାକ୍ସିମୋ ଗୋଞ୍ଜାଲେସ୍ ଓ ଆନ୍ଦ୍ରେ ମୌଲତେନିଙ୍କ ସହ ମୁହାଁମୁହିଁ ହୋଇଥିଲେ।

Get real time updates directly on you device, subscribe now.