fbpx

ଭାରତୀୟ ସମ୍ବିଧାନକୁ ନେଇ ଜାଣନ୍ତୁ ୧୦ଟି ବଡ଼ ରହସ୍ୟ

ନୂଆଦିଲ୍ଲୀ: ୧୯୫୦ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିବା ବେଳେ ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ସେହିପରି ନଭେମ୍ବର ମାସ ୨୬ ତାରିଖକୁ ସାରା ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଇଥାଏ । ସାମ୍ବିଧାନିକ ମୂଲ୍ୟବୋଧର ପ୍ରୋତ୍ସାହନ ପାଇଁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସମ୍ବିଧାନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ରାଷ୍ଟ୍ରୀୟ ସମ୍ବିଧାନ ଦିବସକୁ ରାଷ୍ଟ୍ରୀୟ ଆଇନ ଦିବସ ଏବଂ ଭାରତୀୟ ସମ୍ବିଧାନ ଦିବସ ରୂପେ ମଧ୍ୟ ପାଳନ କରାଯାଇଥାଏ ।

ଭାରତୀୟ ସମ୍ବିଧାନ ସହ ଜଡ଼ିତ କିଛି ରହସ୍ୟ ଜାଣନ୍ତୁ:

୧- ୨୦୧୫ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ସେଥିପାଇଁ ଖାସ୍ ରହିଛି କାରଣ ସେହି ବର୍ଷ ସମ୍ବିଧାନର ନିର୍ମାତା ଡ. ବିଆର ଆମ୍ବେଦକରଙ୍କ ୧୨୫ତମ ଜନ୍ତ ଜୟନ୍ତୀ ଦେଶରେ ପାଳନ କରାଯାଉଥିଲା ।

୨- ଭାରତୀୟ ସମ୍ବିଧାନକୁ ବିଶ୍ୱର ସବୁଠୁ ଦୀର୍ଘ ଲିଖିତ ସମ୍ବିଧାନ କୁହାଯାଏ । ଅନେକ ଦେଶର ସମ୍ବିଧାନକୁ ଆପଣାଯାଇ ଭାରତର ସମ୍ବିଧାନ ଲେଖା ହୋଇଛି । ସେଥିପାଇଁ ତାହାକୁ ‘ବ୍ୟାଗ୍ ଅଫ୍ ବରୋଇଙ୍ଗସ’ ମଧ୍ୟ କୁହାଯାଏ । ଏହାର ଅନେକ ଅଂଶ ୟୁକେ, ଆମେରିକା, ଜର୍ମାନୀ, ଆୟରଲାଣ୍ଡ, ଅଷ୍ଟ୍ରେଲିଆ, କାନାଡା ଏବଂ ଜାପାନର ସମ୍ବିଧାନରୁ ନିଆଯାଇଛି ।

୩- ସମ୍ବିଧାନର ମୂଳ ଲେଖା ଟାଇପ୍ କିମ୍ବା ପ୍ରିଣ୍ଟେଡ୍ ନଥିଲା । ଏହାକୁ ପ୍ରେମ ବିହାରୀ ନାରାୟଣ ରାୟଜାଦା ଲେଖିଥିଲେ । ସମ୍ବିଧାନକୁ କେଲିଗ୍ରାଫିରେ ଇଣ୍ଡେଲିକ ଅକ୍ଷରରେ ଲେଖାଯାଇଛି ।

୪- ଭାରତୀୟ ସମ୍ବିଧାନରେ ନାଗରିକଙ୍କ ମୌଳିକ ଅଧିକାର, କର୍ତ୍ତବ୍ୟ, ସରକାରଙ୍କ ଭୂମିକା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଏବଂ ଶକ୍ତି ବିଷୟରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି ।

୫- ସମ୍ବିଧାନର ମୂଳ କପି ୧୬ ଇଞ୍ଚ ଚଉଡା । ଏହାକୁ ୨୨ ଇଞ୍ଚର ଲମ୍ବା ପ୍ରେଚମେଣ୍ଟ ସିଟ୍ ଉପରେ ଲେଖା ହୋଇଛି । ଏହାର ମୋଟ୍ ପୃଷ୍ଠା ସଂଖ୍ୟା ୨୫୧ ରହିଛି । ପୂରା ସମ୍ବିଧାନ ପ୍ରସ୍ତୁତି ପାଇଁ ୨ ବର୍ଷ, ୧୧ ମାସ ଏବଂ ୧୮ ଦିନର ସମୟ ଲାଗିଥିଲା । ୧୯୪୯ ନଭେମ୍ବର ୨୬ରେ ଏହା ପୂରା ହୋଇଥିଲା ଏବଂ ୧୯୫୦ ଜାନୁଆରୀ ୨୬ରେ ଲାଗୁ କରାଯାଇଥିଲା ।

୬- ଡ. ଭୀମରାଓ ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ରଚୟିତା କୁହାଯାଏ । ଭାରତର ପ୍ରଥମ ଆଇନ ମନ୍ତ୍ରୀ ଡ. ଆମ୍ବେଦକର ସମ୍ବିଧାନ କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ।

୭- ସମ୍ବିଧାନର ଅସଲି କପି ହିନ୍ଦୀ ଏବଂ ଇଂରାଜୀ ଦୁଇ ଭାଷାରେ ଲେଖା ଯାଇଥିଲା । ୧୯୫୦ ମସିହା ଜାନୁଆରୀ ୨୪ରେ ସମ୍ବିଧାନ ସଭାରେ ୨୮୪ ସଦସ୍ୟ ଏହା ଉପରେ ହସ୍ତାକ୍ଷର କରିଥିଲେ । ସେମାନଙ୍କ ମଧ୍ୟରେ ୧୫ ଜଣ ମହିଳା ମଧ୍ୟ ସାମିଲ୍ ଥିଲେ ।

୮- ସମ୍ବିଧାନରେ ମୋଟ୍ ୧,୪୫,୦୦୦ ଶବ୍ଦ ରହିଛି । ଏହାକୁ ଅନ୍ତିମ ରୂପ ଦେବା ପୂର୍ବରୁ ୨୦୦୦ରୁ ଅଧିକ ଥର ସଂଶୋଧନ କରାଯାଇଥିଲା ।

୯- ଭାରତୀୟ ସମ୍ବିଧାନରେ ୩୯୫ ଅନୁଚ୍ଛେଦ, ୨୨ ଖଣ୍ଡ ଏବଂ ଆଠ ସୂଚୀ ସାମିଲ ରହିଛି । ମାତ୍ର ବର୍ତ୍ତମାନ ସମ୍ବିଧାନରେ ୪୭୦ ଅନୁଚ୍ଛେଦ, ୨୫ ଖଣ୍ଡ ଏବଂ ୧୨ ଅନୁସୂଚୀ ସହିତ ୫ ପରିଶିଷ୍ଟ ମଧ୍ୟ ରହିଛି ।

୧୦- ଭାରତୀୟ ସମ୍ବିଧାନର ମୂଳ ସରଞ୍ଚନା ଭାରତ ସରକାର ଅଧିନିୟମ,୧୯୩୫ ଉପରେ ଆଧାରିତ ।

Get real time updates directly on you device, subscribe now.