fbpx

INDvsENG ଟେଷ୍ଟ: ପ୍ରଥମ ଇନିଂସରେ ୪୩୬ ରନରେ ସୀମିତ, ୧୯୦ ରନରେ ଆଗୁଆ ଭାରତ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ହାଇଦ୍ରାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୩୬ ରନ୍ କରିଛି। ରବୀନ୍ଦ୍ର ଜାଦେଜା, କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡ ଉପରେ ୧୯୦ ରନ୍ ର ଅଗ୍ରଣୀ ହାସଲ କରିଛି। ଯଶସ୍ୱୀ ରାହୁଲ ଓ ରାହୁଲ ଶତକ ହାତଛଡ଼ା କରିବା ପରେ ଜାଡେଜା ମଧ୍ୟ ଶତକ ପୂରଣ କରିପାରିନଥିଲେ। ତାଙ୍କୁ ଜୋ ରୁଟ୍ ୮୭ ରନ୍ ରେ ଆଉଟ୍ କରିଥିଲେ।

ଭାରତର ଇନିଂସ ୪୩୬ ରନ୍ ରେ ଶେଷ ହୋଇଥିଲା। ମହମ୍ମଦ ସିରାଜ ଅପରାଜିତ ରହିଥିଲେ। କିନ୍ତୁ ସେ ସେହି ଖାତା ଖୋଲି ପାରିନଥିଲେ। ଏହା ପୂର୍ବରୁ ଇଂଲଣ୍ଡ ଦଳ ୨୪୬ ରନ୍ କରି ଆଉଟ୍ ହୋଇଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ୍ ହାଇଦ୍ରାବାଦରେ ଖେଳାଯାଉଛି।

Get real time updates directly on you device, subscribe now.