ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହଙ୍କ ବାପା ଉତ୍ତର ପ୍ରଦେଶର ଏକ ଏଲପିଜି ଡେଲିଭରୀ କମ୍ପାନୀ ପାଇଁ କାମ କରିବା ଜାରି ରଖିଛନ୍ତି । ଅନ୍ୟପଟେ ଏହି ଯୁବ ଖେଳାଳି ରାଷ୍ଟ୍ରୀୟ ଟିମରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରିଙ୍କୁଙ୍କ ବାପା ଖାନଚନ୍ଦ୍ର ସିଂହଙ୍କୁ ଏଲପିଜି ସିଲିଣ୍ଡର ଡେଲିଭରୀ କରୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ବ୍ୟାଟ୍ସମ୍ୟାନ ଭାରତ ପକ୍ଷରୁ ଖେଳୁଛନ୍ତି ।
ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଗତ ବର୍ଷ ଭାରତୀୟ ଜର୍ସିରେ ଡେବ୍ୟୁ କରିଥିଲେ । ଏହି ୨୩ ବର୍ଷୀୟ ଖେଳାଳି ପ୍ରଥମଥର ଗତ ଆଇପିଏଲ ସିଜନରେ ନିଜ ଅବିଶ୍ୱନୀୟ ପ୍ରଦର୍ଶନରେ ଲୋକପ୍ରିୟତା ହାସଲ କରିଥିଲେ । ଯେଉଁଠାରେ ସେ ୧୪ଟି ମ୍ୟାଚରେ ୪୭୪ ରନ ସହିତ କୋଲକାତା ନାଇଟ ରାଡରର୍ସ ପାଇଁ ସବୁଠାରୁ ଅଧିକ ରନ କରିଥିବା ଖେଳାଳି ଭାବେ ଉଭା ହୋଇଥିଲେ ।
ରିଙ୍କୁ ସିଂହ ସଫଳତା ହାସଲ କରିବା ପାଇଁ ବହୁ ସଂଘର୍ଷର ସାମ୍ନା କରିଥିଲେ । କାରଣ ସେ ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ସାଧାରଣ ପରିବାରରୁ ଆସିଥିଲେ । ସେ ନିଜ ପିତା ଖାନଚନ୍ଦ୍ର ସିଂହଙ୍କୁ ଏଲପିଜି ସିଲିଣ୍ଡର ଡେଲିଭରୀ କରିବାରେ ସାହାଯ୍ୟ କରୁଥିଲେ । ନିଜ କ୍ୟାରିୟରରେ ରିଙ୍କୁଙ୍କ ସଫଳତା ପରେ ମଧ୍ୟ ତାଙ୍କ ପିତା ସିଲିଣ୍ଡର ଡେଲିଭରୀ କରିବା ଜାରି ରଖିଛନ୍ତି ।
ଏହାର ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରୁ ଜଣାପଡିଛି । ଯେଉଁଥିରେ ରିଙ୍କୁଙ୍କ ବାପାଙ୍କୁ ଉତ୍ତର ପ୍ରଦେଶର ନିଜ ନଗରର ଆଲିଗଡ଼ରେ ଏଲପିଜି ସିଲିଣ୍ଡର ଡେଲିଭରୀ କରୁଥିବାର ଦେଖିବାକୁ ମିଳିଛି । ରିଙ୍କୁ ସିଂହ ନିଜେ ଦାବି କରିଛନ୍ତି ଯେ, ସେ ତାଙ୍କ ବାପାଙ୍କୁ ସେ ବିଶ୍ରାମ ନେବାକୁ କହିବା ପରେ ମଧ୍ୟ ସେ ଏଲପିଜି ସିଲିଣ୍ଡରର ଡେଲିଭରୀ କରିବା ଜାରି ରଖିଥିଲେ ।
ରିଙ୍କୁଙ୍କ କହିବା ଅନୁଯାୟୀ, ‘ ମୁଁ ମୋ ବାପାଙ୍କୁ କହିଲି ଯେ, ସେ ଘରେ ବିଶ୍ରାମ କରନ୍ତୁ କାରଣ ଆମ ପାଖେ ଏତେ ସବୁ ଜିନିଷ ଅଛି, ତାଙ୍କୁ ସିଲିଣ୍ଡର ଟାଣିବାର କୌଣସି ଆବଶ୍ୟକତା ନାହିଁ । ହେଲେ ସେ ଏପର୍ଯ୍ୟନ୍ତ ମଧ୍ୟ ନିଜ କାମକୁ ଭଲପାଉଛନ୍ତି । ମୁଁ ତାଙ୍କ ଭାବନାକୁ ମଧ୍ୟ ବୁଝିପାରୁଛି କାରଣ ସେ ଯଦି ଘରେ ବସନ୍ତି ତେବେ ସେ ବୋର ହୋଇଯିବେ । ଯଦି ଜଣେ ଜୀବନ ସାରା କାମ କରିଛନ୍ତି, ତେବେ ଏଥିରୁ ତାଙ୍କୁ ରୋକିବା କଷ୍ଟସାଧ୍ୟ ଯେପର୍ଯ୍ୟନ୍ତ ସେ ଏପରି ନ ଚାହିଁଛନ୍ତି ।’
Rinku Singh's father is seen supplying gas cylinders, Even as Rinku plays for India, his father continues his work as a gas cylinder provider.
Hardworking family 👏 pic.twitter.com/pjOrXOwG1K
— Vipin Tiwari (@Vipintiwari952_) January 26, 2024