fbpx

ଭଗବାନ କୌଣସି ଝିଅଙ୍କୁ ଚରିତ୍ରହୀନ ବାପା ନ ଦିଅନ୍ତୁ: ରୋହିତ ଶର୍ମାଙ୍କ ଫଟୋ ଦେଇ ଶାମୀଙ୍କୁ ଟାର୍ଗେଟ କଲେ ହସିନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କ ପୂର୍ବତନ ପତ୍ନୀ ହସିନ୍ ଜାହାନ ପୁଣି ଏକ ବିସ୍ପୋରକ ବୟାନ ରଖିଛନ୍ତି। ଆଉ ଏହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ତେବେ ହସିନ୍ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ତାଙ୍କ ଝିଅଙ୍କ ଗୋଟିଏ ଫଟୋକୁ ନେଇ ନିଜ ଇଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଆଉ ଏହି ପୋଷ୍ଟରେ ଶାମୀଙ୍କୁ ଟାର୍ଗେଟ କରି ସେ ତାଙ୍କ ଚରିତ୍ର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ହସିନଙ୍କ ଏହି ପୋଷ୍ଟରେ ଦେଖିବାକୁ ମିଳିଛି ଯେ, କ୍ରିକେଟର ରୋହିତ ଶର୍ମା ତାଙ୍କ ଝିଅକୁ ଶ୍ରଦ୍ଧା କରୁଛନ୍ତି। ତେବେ ହସିନ ଏହି ଫଟୋ ଅପଲୋଡ଼ କରି ଏହା ଦର୍ଶାଇଛନ୍ତି ଯେ, ଜଣେ ବାପା-ଝିଅଙ୍କ ସମ୍ପର୍କ ଓ ତାଙ୍କ ଭିତରେ ଭଲ ପାଇବା କେମିତି ରହିବା ଦରକାର। ଏହା ସହ ଏଥିରେ ସେ ପୂର୍ବ ସ୍ୱାମୀ ତଥା  ଭାରତୀୟ ଦଳର ଘାତକ ବୋଲର ମହମ୍ମଦ ଶାମୀଙ୍କ ଚରିତ୍ରକୁ ମଧ୍ୟ ଆକ୍ଷେପ କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି ଯେ, କିଛି ବାପାଙ୍କୁ ନିଜର ଗେହ୍ଲା ଝିଅର କୋଳରେ ଶୋଇବାରେ ଖୁସି ମିଳେ କିନ୍ତୁ ଆଉ କିଛି ବାପାଙ୍କୁ ବେସିୟାଙ୍କ କୋଳରେ ଶୋଇବାରେ! ହେ ଆଲ୍ଲା, କୌଣସି ଝିଅକୁ ବି ଚରିତ୍ରହୀନ ବାପା ଦିଅନ୍ତୁ ନାହିଁ। ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା ମୋ ଗେହ୍ଲୀ ଝିଅକୁ ଧର୍ଯ୍ୟ ଦିଅନ୍ତୁ।

 

View this post on Instagram

 

A post shared by Haseen Jahan (@hasinjahanofficial)

 

Get real time updates directly on you device, subscribe now.