fbpx

(Video) ଜଗା ଦର୍ଶନ ପୂର୍ବରୁ ଟ୍ରେନ ଟ୍ରାକରେ ଖସି ପଡ଼ିଲେ ମହିଳା; ଆଉ ତା’ ପରେ…

ଖୋର୍ଦ୍ଧା: ସାରା ଓଡ଼ିଆ ଜାତିର ମଉଡ଼ମଣୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ଦର୍ଶନ ପାଇଁ ଆସୁଥିବା ବେଳେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ପୁରୀ ଯିବା ବାଟରେ ହଠାତ୍ ଖୋର୍ଦ୍ଧା ଷ୍ଟେସନ ନିକଟରେ ଏକ ଭୟାନକ ପରିସ୍ଥିତିର ସାମନା କରିଛନ୍ତି ଜଣେ ବୃଦ୍ଧା ମହିଳା । ଟ୍ରେନରେ ପୁରୀ ବାହାରିଥିବା ବେଳେ ହଠାତ୍ ଟ୍ରାକକୁ ଖସି ପଡ଼ିଛନ୍ତି ଜଣେ ମହିଳା । ତେବେ ଏଭଳି ଏକ ଛାତିଥରା ଘଟଣା ଦେଖି ଘଟଣାସ୍ଥଳରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ପ୍ରଭୁ ଶ୍ରୀଜଗନ୍ନାଥକୁ ଦର୍ଶନ କରିବା ପାଇଁ ସପରିବାରରେ ପୁରୀ ଧାମକୁ ଆସିଥିଲେ ଜଣେ ବୃଦ୍ଧା ମହିଳା । ତେବେ ପୁରୀ ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ଷ୍ଟେସନରେ ଘଟିଯାଇଛି ଏକ ବଡ଼ ଅଘଟଣ । ଟ୍ରେନରେ ଚଢିବା ପାଇଁ ଚେଷ୍ଟା କରୁଥିବା ବେଳେ ମହିଳାଙ୍କ ପାଦ ଖସି ଯାଇଥିଲା । ତେବେ ଏହି ସମୟରେ ଟ୍ରେନ ଛାଡ଼ି ଦେବାରୁ ମହିଳା ନିୟନ୍ତ୍ରଣ ହରାଇ ବସିଲେ । ଫଳରେ ବୃଦ୍ଧା ମହିଳାଙ୍କ ଶରୀରର ଅଧାଭାଗ ଟ୍ରେନ ଟ୍ରାକ ତଳକୁ ଖସି ଯାଇଥିଲା । ଏହି ଘଟଣାରେ ଷ୍ଟେସନ ସାରା ଲୋକେ ଚିତ୍କାର କରିବାକୁ ଲାଗିଥିଲେ । ଟ୍ରେନ ଭିତରେ ପରିବାର ଲୋକ ପାଟି କରୁଥିବା ବେଳେ ବାହାର ବୃଦ୍ଧା ମହିଳା ଜଣଙ୍କ ଚିତ୍କାର କରୁଥିଲେ ।

କିନ୍ତୁ ଦେବଦୂତ ସାଜି ମହିଳାଙ୍କୁ ଉଦ୍ଧାର କରିଛନ୍ତି ଜିଆରପି ହେଡ କନେଷ୍ଟବଳ ହେମାବତୀ ବେହେରା । ନିଶ୍ଚିତ ମୃତ୍ୟୁ ସାମନାରେ ପହଞ୍ଚିଥିବା ବୃଦ୍ଧା ମହିଳାଙ୍କୁ ଟ୍ରେନ ଟ୍ରାକରୁ ଉଦ୍ଧାର କରି ସେ ଆଉ ଏକ ନୂଆ ଜୀବନ ଦେଇଛନ୍ତି । ଏପରି ଏକ ଲୋମଟାଙ୍କୁରା ଘଟଣା ଖୋର୍ଦ୍ଧା ଷ୍ଟେସନରେ ଘଟିଥିବା ବେଳେ ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କନେଷ୍ଟବଳ ହେମାବତୀଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସିକତା ପାଇଁ ଆଜି ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଯାଇଛି । ଏହାପରେ ଷ୍ଟେସନରେ ଉପସ୍ଥିତ ସମସ୍ତ ଲୋକେ କନେଷ୍ଟବଳଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.