fbpx

ଆମେରିକା ସିନେଟ୍‌ରେ ଏହି କାରଣରୁ ଲଜ୍ଜିତ ହେଲେ ମାର୍କ ଜୁକରବର୍ଗ, କ୍ଷମା ବି ମାଗିଲେ

ନୂଆଦିଲ୍ଲୀ: ମେଟାର ସିଇଓ ମାର୍କ ଜୁକରବର୍ଗଙ୍କୁ ଆମେରିକା ସିନେଟ୍ ସାମ୍ନାରେ ଏକ ଶୁଣାଣୀ ସମୟରେ ବେଶ୍ ଲଜ୍ଜିତ ହେବାକୁ ପଡିଛି । ଯେତେବେଳେ ସିନେଟରେ ସ୍ପଷ୍ଟ ଓ ସିଧା ପ୍ରଶ୍ନର ସେ ସାମ୍ନା କରୁଥିଲେ ସେତେବେଳେ ତାଙ୍କ ଚେହେରା ଫିକା ପଡିଯାଇଥିଲା । ଏପରିକି ସେ ଠିକ୍ ଭାବରେ ଉତ୍ତର ବି ଦେଇପାରୁ ନ ଥିଲେ । କେବଳ ଏତିକି ନୁହେଁ ତାଙ୍କୁ ପୀଡିତ ପରିବାର ଠାରୁ ସମସ୍ତଙ୍କ ଆଗରେ କ୍ଷମା ବି ମାଗିବାକୁ ପଡିଥିଲା । ଏହି ପୀଡିତ ପରିବାର ମେଟା ଉପରେ ବଡ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆସିଥିଲା କି ପିଲାଙ୍କୁ ପହଞ୍ଚୁଥିବା କ୍ଷତିକୁ ରୋକିବା ଲାଗି ମେଟା ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ ।

କ୍ୟାପିଟାଲ ହିଲ୍‌ର ହାଉସ୍ ଫ୍ଲୋରରେ ଶୁଣାଣୀ ସମୟରେ ମେଟାର ସିଇଓ ଜୁକରବର୍ଗଙ୍କୁ କୁହାଯାଇଥିଲା କି ଇନଷ୍ଟାଗ୍ରାମରେ ୧୩ ରୁ ୧୫ ବର୍ଷ ବୟସର ୩୭% କିଶୋରୀ ଆପତ୍ତିଜନକ କଣ୍ଟେଣ୍ଟ ଦେଖିବାକୁ ପାଇଛନ୍ତି । ତାଙ୍କୁ ପଚରାଯାଇଥିଲା କି ସେ ଏ କ୍ଷେତ୍ରରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଓ କାହାକୁ ଚାକିରୀରୁ ବିଦା କରାଯାଇଛି । ବହୁବାର ଏହି ପ୍ରଶ୍ନ କରାଗଲା ପରେ ମାର୍କ ଜୁକରବର୍ଗ କହିଥିଲେ, ମୁଁ ଏହାର ଉତ୍ତର ରଖିବି ନାହିଁ । ମୋତେ ଲାଗୁନାହିଁ କି ଏ ବିଷୟରେ ଆଲୋଚନା କରିବା ଠିକ୍ ହେବ ।

ଓକିଲ ଯୋଶ ହଲେ ଯେତେବେଳେ ଜୁକରବର୍ଗଙ୍କ ପ୍ରଶ୍ନ କରିଥିଲେ ସେତେବେଳେ ସେ ତାଙ୍କୁ କହିଥିଲେ କି ଆପଣ ଜାଣନ୍ତି କି ଆପଣଙ୍କ ପଛରେ ଏବେ କେଉଁମାନେ ବସିଛନ୍ତି । ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କ ପିଲାଙ୍କୁ ସୋସିଆଲ ମିଡିଆରୁ କ୍ଷତି ପହଞ୍ଚିଛି କିମ୍ବା ସେମାନଙ୍କ ଜୀବନ ଚାଲିଯାଇଛି । ଏପରି ସ୍ଥିତିରେ କ’ଣ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଠିକ୍ ନୁହେଁ । ଆପଣଙ୍କ ପକ୍ଷରୁ କୌଣସି ପୀଡିତଙ୍କୁ କ୍ଷତିପୂରଣ ଦିଆଯାଇଛି କି? ଏହାପରେ ଜୁକରବର୍ଗ କହିଥିଲେ ଆମର କାମ ଏପରି ଟୁଲ୍ସ ତିଆରି କରିବା ଯାହାଦ୍ୱାରା ଲୋକମାନେ ସୁରକ୍ଷିତ ରହିବେ । ଆମେ ନିଜ କାମକୁ ଗମ୍ଭୀରତାର ସହ କରିଥାଉ ।

ଏହାପରେ ଓକିଲ ପୁଣି କଡା ସ୍ୱରରେ ସେହି ଏକାକଥାକୁ ଦୋହରାଇଥିଲେ । ଓକିଲ କହିଥିଲେ ଆଜି ଏଠାରେ ସମସ୍ତ ପୀଡିତ ପରିବାର ଉପସ୍ଥିତ ଅଛନ୍ତି । ଆପଣ କ’ଣ ସେମାନଙ୍କୁ କ୍ଷମା ମାଗିଛନ୍ତି । ଏହାପରେ ଜୁକରବର୍ଗ ଆଉ କିଛି ନ କହି ପଛକୁ ବୁଲି ଚାହିଁଥିଲେ ଓ ନିଜ ସିଟ୍‌ରୁ ଛିଡା ହୋଇ ପୀଡିତ ପରିବାରଙ୍କୁ କ୍ଷମା ମାଗିବା ସହ କିଛି କହିଥିଲେ ।

Get real time updates directly on you device, subscribe now.